ମୟୂରଭଞ୍ଜ: ମୟୂରଭଞ୍ଜରେ ୧୨ଘଣ୍ଟିଆ ବନ୍ଦ ପାଳନ । ବିଜେଡ଼ି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି । କାକବନ୍ଧ ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ବିଜେଡ଼ି ବନ୍ଦ ପାଳନ କରିଛି । ଏନେଇ ସ୍କୁଲ, କଲେଜ, ଦୋକାନ, ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିଛି ।
ସୂଚନାଯୋଗ୍ୟ, ପଖାଳ ଭାତ ଖାଇ କାକବନ୍ଧ ଆଶ୍ରମ ସ୍କୁଲର ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ପଞ୍ଚମ ସ୍କୁଲର ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।


