Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ
ଆଜିର ଖବର

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇନ୍ ମନ୍ତ୍ରୀ
ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

ଭୁବନେଶ୍ୱର: ଆଇନ୍ ଛାତ୍ରଛାତ୍ରୀମାନେ ଯଦି ନିଜ ପାଠପଢ଼ାକୁ ଅଧିକ ଗୁରୁତ୍ୱ ଦେବେ ତେବେ ନିଜର ସଫଳ କ୍ୟାରିୟର ନିମନ୍ତେ ସେମାନଙ୍କ ନିକଟରେ ଅନେକ ବିକଳ୍ପ ରହିଛି ବୋଲି ଆଜି ଓଡ଼ିଶା ସରକାରଙ୍କ ଆଇନ୍ ଓ ପୂର୍ତ୍ତ ବିଭାଗମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଆଇନ୍ ଏକ ଗୁରୁତ୍ୱପୂର୍ଣ୍ଣ ବୃତ୍ତିରେ ପରିଣତ ହୋଇସାରିଥିବା ବେଳେ ଛାତ୍ରଛାତ୍ରୀମାନେ ଖୁବ୍ ଯତ୍ନବାନ ହୋଇ ନିଜ କ୍ୟାରିୟର ନିମନ୍ତେ ଯୋଜନା କରନ୍ତୁ। କାରଣ ସେମାନଙ୍କ ନିକଟରେ କୋର୍ଟରେ ଓକିଲାତି କରିବା ସହ ନ୍ୟାୟିକ ଅଧିକାରୀ ହେବାରେ ମଧ୍ୟ ବିକଳ୍ପ ରହିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ଯୁବ ସଂସଦ – ‘ଲୋକ ସମ୍ବାଦ-୨୦୨୬’ ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନ୍‌ମନ୍ତ୍ରୀ ଏହା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ମହାରାଷ୍ଟ୍ର, ପଶ୍ଚିବଂଗ, ବିହାର, ଛତିଶଗଡ଼ ଏବଂ ଦିଲ୍ଲୀରୁ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ଶ୍ରୀ ହରିଚନ୍ଦନ କହିଥିଲେ ଯେ ବିଗତ କିଛି ବର୍ଷ ହେବ ଆଇନ ବୃତିରେ ବିଶାଳ ପରିବର୍ତନ ଘଟିଛି ଏବଂ ବର୍ତମାନ ଛାତ୍ରଛାତ୍ରୀମାନେ ଆଇନ ଶିକ୍ଷାରେ ସୁପର ସ୍ପେଶିଆଲିଟି କୋର୍ସ ନିମନ୍ତେ ଅଧିକ ମନ ବଳାଉଛନ୍ତି। ଓଡ଼ିଶା ସରକାର ମଧ୍ୟ ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ରିସର୍ଚ୍ଚ ଆସିଷ୍ଟାଂଟ ଭାବେ ନିଯୁକ୍ତି ଦେଉଛନ୍ତି।

ଆଇନ୍ ମହାବିଦ୍ୟାଳୟ ଗୁଡ଼ିକରେ ସାଧାରଣତଃ ମୁଟ କୋଟ୍‌ର୍ର ଆୟୋଜନ କରାଯାଉଥିବା ବେଳେ ଯୁବ ସଂସଦ କାର୍ଯ୍ୟକ୍ରମ ଖୁବ ବିରଳ। ତେଣୁ ଏଭଳି କାର୍ଯ୍ୟକ୍ରମ ପାଇଁ ସେ ସୋଆକୁ ଶୁଭେଚ୍ଛା ଜଣାଇଛନ୍ତି।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ନିଜ ବକ୍ତବ୍ୟରେ କହିଥିଲେ ଯେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ସୋଆ ଶିକ୍ଷା କ୍ଷେତ୍ରରେ ଖୁବ୍ ଉଚ୍ଚକୁ ଉଠିଛି।

ଉଲ୍ଲେଖ୍ୟଯୋଗ୍ୟ ଯେ ସୋଆର ଆଇନ୍ ମହାବିଦ୍ୟାଳୟ ଏସ୍‌ଏନ୍‌ଆଇଏଲ୍ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ୍‌) ର‌୍ୟାଙ୍କିଙ୍ଗସ୍‌ରେ ସାରା ଦେଶରେ ୧୦ମ ସ୍ଥାନରେ ରହିଛି। କାର୍ଯ୍ୟକ୍ରମରେ ଏସଏନଆଇଏଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ ଆଜାଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏହି ଅବସରରେ ପୁରସ୍କାର ପ୍ରଦାନ କରିଥିଲେ।

ଆଇନ୍ ଛାତ୍ରଛାତ୍ରୀ ଆଇନ୍ ମନ୍ତ୍ରୀ କ୍ୟାରିୟରର ସୁଯୋଗ ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରାଜଧାନୀ ଦିଲ୍ଲୀରେ ଗୁଳିକାଣ୍ଡ : ନାବାଳକ ଆହତ

June 1, 2026

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ଵ ଦୁଗ୍ଧ ଦିବସ ପାଳିତ

June 1, 2026
Latest News

ଚଳିତ ଆଇପିଏଲରେ କିଏ ରହିଲେ ଦମଦାର ଆଉ କିଏ ହେଲେ ଫ୍ଲପ?

June 2, 2026

ରାଜ୍ୟର ୧୮ ଜିଲ୍ଲାରେ ଚାଲିଛି ମ୍ୟାଙ୍ଗୋ ଫେଷ୍ଟିଭାଲ: ଆସନ୍ତା ୧୦ ଜୁନ ପର୍ଯ୍ୟନ୍ତ ଚାଲିବ ମେଳା

June 2, 2026

ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ

June 2, 2026

ଆଇସିସି ଟେଷ୍ଟ କ୍ରିକେଟର ନିୟମରେ ପରିବର୍ତ୍ତନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

June 2, 2026

ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.