ପୋଲସରା: ଯୁବକଙ୍କୁ ଅପହରଣ ପରେ ହତ୍ୟା ହୋଇଥିବାର ଖବର ସାମ୍ନାକୁ ଆସିଛି । ମୃତ ଯୁବକ ଜଣକ ମାଳତେନ୍ତୁଳିଆ ଗାଁର ରାଜଦୀପ ବୋଲି ଜଣାପଡିଛି । ଗତ ଗୁରୁବାରଠାରୁ ନିଖୋଜ ଥିଲେ ରାଜଦୀପ । ଦାରିଙ୍ଗିବାଡ଼ି ଘାଟିରୁ ଯୁବକଙ୍କ ମୃତଦେହ ମିଳିଛି । ରାଜଦୀପଙ୍କୁ ଅପହରଣ ପରେ ହତ୍ୟା ହୋଇଥିବାର ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହି ଘଟଣାକୁ ନେଇ ପୋଲସରା ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ।


