ଚ଼ିଲିକା: ପବିତ୍ର ଅକ୍ଷୟ ତୃତୀୟାର ଶୁଭ ଅବସରରେ ଆଜି ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସ୍ଥିତ ବରପାଟଣା ଗ୍ରାମର ଜାଗର ପଡ଼ିଆଠାରେ ଆୟୋଜିତ ‘ଜିଲ୍ଲା ସ୍ତରୀୟ କୃଷକ ଦିବସ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇଥିଲେ ।
କୃଷକ ହେଉଛନ୍ତି ଦେଶର ମୂଳ ଭିତ୍ତି । ତାଙ୍କର ଶ୍ରମ ଓ ପରିଶ୍ରମ ଦ୍ୱାରା ଆମେ ଦିନକୁ ଦିନ ଖାଦ୍ୟ ପାଉଛୁ ।ସେହିପାଇଁ କୃଷକଙ୍କ ସମ୍ମାନ ଓ ତାଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ “କୃଷକ ଦିବସ” ପାଳନ କରାଯାଇଥାଏ । ଏହି ଦିନଟି ଚାଷୀଙ୍କ ଶ୍ରମ, ତ୍ୟାଗ ଓ ଅବଦାନକୁ ସମ୍ମାନ ଦେବାର ଏକ ଅବସର ଅଟେ।ଚାଷୀ ଭାଇଙ୍କ ଶ୍ରମ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଆମ ରାଜ୍ୟ ଶସ୍ୟ ଶ୍ୟାମଳା ହେଉ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ କାମନା କରିଥିଲେ ।
ଏହି ଅବସରରେ ଚିଲିକା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡ଼ଃ ବିଭୂତି ଭୂଷଣ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା ଏବଂ ମାନ୍ୟବର ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଉପସ୍ଥିତ ଥିଲେ।


