ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ନିର୍ବାଚନୀ ହାୱା ମଧ୍ୟରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମନି ଲଣ୍ଡରିଙ୍ଗ ଓ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ ତୃଣମୂଳ କଂଗ୍ରେସ (TMC) ସାଂସଦ ତଥା ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜାହାନଙ୍କୁ ସମନ କରିଛି । କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟର ଗୋଟିଏ ଦିନ ପୂର୍ବରୁ ଏପ୍ରିଲ 22 ତାରିଖରେ ସଲ୍ଟ ଲେକର CGO କମ୍ପ୍ଲେକ୍ସରେ ଥିବା ED କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।
ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ପ୍ରଥମଚରଣ ଭୋଟ ଗ୍ରହଣ ଆସନ୍ତା ଏପ୍ରିଲ 23ରେ ଅନୁଷ୍ଠିତ ହେବ ।


