ରେଢାଖୋଲ: ହାତୀ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ନକଟିଦେଉଳ ରେଞ୍ଜ ଚଡଚଡି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବୃଦ୍ଧା ଜଣକ । ମୃତ ବୃଦ୍ଧା ଜଣଙ୍କ ହେଲେ ସତୁରୀ ବର୍ଷୀୟା ଉପାସୀ ବେହେରା । ପ୍ରକାଶ ଯେ, ବୃଦ୍ଧା ଜଣକ ଘର ପଛ ପାଖରେ କାଜୁ ବଗିଚାକୁ କୌଣସି କାମରେ ଯାଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ହାତୀ ଚାଲି ଆସି ବୃଦ୍ଧା ଙ୍କୁ ଦଳି ଦେଇଥିଲା । ଘଟଣା ସ୍ଥଳରେ ହିଁ ବୃଦ୍ଧା ଜଣଙ୍କ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ନାକଟିଦେଉଳ ପୋଲିସ ଏବଂ ବନବିଭାଗ ଘଟଣା ସ୍ଥଳରେ ପହଂଚି ଥିଲେ । ମୃତା ପରିବାରକୁ ସରକାରଙ୍କ ତରଫରୁ ଦିଆଯାଉଥିବା କ୍ଷତିପୂରଣ ଦିଆଯିବ ବୋଲି ବନବିଭାଗ ପ୍ରକାଶ କରିଛି ।
ରେଢ଼ାଖୋଲ(କନ୍ଦର୍ପ ବେହେରା)


