ଭୁବନେଶ୍ବର: ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ। ଏନେଇ ଅର୍ଥ ବିଭାଗ ସବୁ ବିଭାଗକୁ ଚିଠି କରିଛି । ଏପ୍ରିଲ ପହିଲାରୁ ଏଇ ନିୟମ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି ।
ଚଳିତ ବାର୍ଷିକ ବଜେଟରେ ଏପ୍ରିଲ ପହିଲାରୁ ପିଛିଲା ଭାବେ ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ନେଇ ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଉଚ୍ଛେଦ ସଂକ୍ରାନ୍ତ ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରାଯାଇଛି । ଏହି ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ନକରିବାକୁ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
2000 ମସିହାରୁ ପ୍ରଚଳିତ ଓଡ଼ିଶା ଆକ୍ଟ 7 ଅନୁଯାୟୀ ଏହି ଟିକସ ଆଦାୟ କରାଯାଉଥିଲା । ଯାହାକୁ ଏବେ ସମ୍ପୂର୍ଣ୍ଣ ରଦ୍ଦ କରିଦିଆଯାଇଛି । ରାଜ୍ୟର ନିଯୁକ୍ତିଦାତା ଓ କର୍ମଚାରୀଙ୍କ ଉପରୁ ଆର୍ଥକ ବୋଝ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି ।


