କଟକ: କାଠଯୋଡ଼ି ଭିତରେ ଚାଲିଥିବା ରିଂବନ୍ଧ ସଂପ୍ରସାରଣ କାର୍ଯ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଛି। ରେଲୱେ ବ୍ରିଜ ତଳେ ରାସ୍ତା ନିର୍ମାଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିଛି । ବିଭାଗ ବିଭାଗ ମଧ୍ୟରେ ସମନ୍ଵୟର ଅଭାବ ଦେଖିବାକୁ ମିଳିଛି। କାଠଯୋଡ଼ିର ରେଳ ପୋଲ ତଳେ ନିର୍ମାଣ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗ ଯେଉଁ ଅନୁମତି ଲୋଡ଼ିଥିଲା ତାକୁ ରେଳ ବିଭାଗ ଖାରଜ କରି ଦେଇଛି। ରେଳ ବିଭାଗର ପ୍ରମୁଖ ଯନ୍ତ୍ରୀ ଏପ୍ରିଲ ୨୭ ତାରିଖରେ କଟକ ଆରଆଣ୍ଡ୍ବି ଡିଭିଜନ୍-୧ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏକ ଚିଠି ଲେଖି ଏ ସଂକ୍ରାନ୍ତରେ ସ୍ପଷ୍ଟ କରି ଦେଇଛନ୍ତି। ସେଠାରେ ରାସ୍ତା ନିର୍ମାଣ ହେଲେ ପୁରୁଣା ରେଳ ବ୍ରିଜ ପ୍ରତି ବିପଦ ସୃଷ୍ଟି ହେବ ବୋଲି କହିଛି ରେଳ ବିଭାଗ ।


