ଥିରୁଅନନ୍ତପୁରମ : କେରଳର ୧୪୦ ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ନିର୍ବାଚନ ଫଳାଫଳ ୪ ମଇରେ ଘୋଷଣା କରାଯିବ। ଏହା ପୂର୍ବରୁ ସମସ୍ତଙ୍କ ନଜର ଏକଜିଟ୍ ପୋଲ ଉପରେ ରହିଛି। ୨୦୨୧ ମସିହାରେ, ପିନାରାଇ ବିଜୟନଙ୍କ ନେତୃତ୍ୱାଧୀନ ବାମ ଗଣତାନ୍ତ୍ରିକ ମୋର୍ଚ୍ଚା (LDF) ପାଞ୍ଚ ବର୍ଷର ଶାସନ ପରିବର୍ତ୍ତନର ଚାରି ଦଶନ୍ଧି ପୁରୁଣା ମିଥ କୁ ଭାଙ୍ଗି ଦେଇ କ୍ରମାଗତ ଦ୍ୱିତୀୟ ସରକାର ଗଠନ କରିଥିଲା। ଏବେ, ୨୦୨୬ର କ୍ଷମତା ଯୁଦ୍ଧରେ, ପ୍ରଶ୍ନ ହେଉଛି: LDF କ’ଣ କ୍ଷମତାର ହ୍ୟାଟ୍ରିକ୍ ହାସଲ କରିବ, ନା କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ମୋର୍ଚ୍ଚା (UDF) ପୁଣି କ୍ଷମତାକୁ ଫେରିବ? ଏହି ସମୟରେ, ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ରାଜ୍ୟରେ ଏହାର ଭୋଟ ଅଂଶ ଏବଂ ଆସନ ବୃଦ୍ଧି କରିବାକୁ ଚେଷ୍ଟା କରୁଛି, ଆଉ କିଛି ସମୟ ପରେ ବୁଥ ବାହୁଡା ମତ ଜଣାପଡିବ । ତେବେ ଆସନ୍ତା ୪ ତାରିଖରେ କେରଳରେ କିଏ ସରକାର ଗଢୁଛି ତାହା ସ୍ପଷ୍ଟ ହେବ ।


