Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି
ଆଜିର ଖବର

ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

May 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଢେଙ୍କାନାଳ
ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

ଢେଙ୍କାନାଳ: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ଆବେଦନପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶେଷ ତାରିଖ ୩୦ ଏପ୍ରିଲ ୨୦୨୬ ଥିବାବେଳେ ବର୍ତ୍ତମାନ ଏହାକୁ ୯ ମେ’ ୨୦୨୬ ପର୍ଯ୍ୟନ୍ତ ବଢ଼ାଯାଇଛି। ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ବର୍ଦ୍ଧିତ ସମୟସୀମା ମଧ୍ୟରେ ଆବେଦନ କରିପାରିବେ।

ପୂର୍ବରୁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାର ୧୧ ମେ’ ୨୦୨୬ (ସୋମବାର) ଦିନ ଆୟୋଜିତ ହେବ । ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନଙ୍କୁ ଏହି ସମୟ ବୃଦ୍ଧିର ସୁଯୋଗ ନେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରାଯାଉଛି।

ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି, ଆଗ୍ରହୀ ପ୍ରାର୍ଥୀଙ୍କ ଅନୁରୋଧକୁ ଧ୍ୟାନରେ ରଖି ଏହି ସମୟସୀମା ବୃଦ୍ଧି କରାଯାଇଛି, ଯାହା ଦ୍ୱାରା ଅଧିକ ପ୍ରାର୍ଥୀ ଭାଗ ନେବାର ସୁଯୋଗ ପାଇପାରିବେ। ଓଡ଼ିଆ ସାମ୍ବାଦିକତା ଓ ଗଣମାଧ୍ୟମ ପ୍ରତି ଆଗ୍ରହୀ  ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବାକୁ ଅନୁଷ୍ଠାନ ପକ୍ଷରୁ ଅପେକ୍ଷା କରାଯାଇଛି।

ଆଗ୍ରହୀ ପ୍ରାର୍ଥୀମାନେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଓ ଭର୍ତ୍ତି ସମ୍ବନ୍ଧୀୟ ତଥ୍ୟ ଆଇଆଇଏମସିର ୱେବସାଇଟ୍‌ରୁ ପାଇପାରିବେ।

ଅଧିକ ତଥ୍ୟ ପାଇଁ ନିମ୍ନଲିଖିତ ନମ୍ବରରେ ମଧ୍ୟ ଯୋଗାଯୋଗ କରିପାରିବେ।

ଶ୍ରୀ ଜିତେନ୍ଦ୍ର ପତି: +୯୧ – ୯୪୩୭୪ ୪୪୨୦୦

ଆଇଆଇଏମସି ଢେଙ୍କାନାଳ

 

ଆଇଆଇଏମସି ଓଡ଼ିଆ ପିଜି ଡିପ୍ଲୋମା ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

May 1, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026
Latest News

ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

May 1, 2026

ଆଜି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

May 1, 2026

ମହଙ୍ଗା ମାଡ଼!: ପ୍ରାୟ ୧ ହଜାର ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ମୂଲ୍ୟ 

May 1, 2026

SBI କାର୍ଡ ବ୍ୟବହାରକାରୀମାନେ, ଧ୍ୟାନ ଦିଅନ୍ତୁ! ୧ ମଇରୁ ବଦଳୁଛି ନିୟମ

May 1, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ମଇ ୧ ତାରିଖ ହେଉଛି ଶୁଭ ଦିନ, ବନିଯିବେ ଭାଗ୍ୟବାନ୍

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.