ଭୁବନେଶ୍ଵର : ପୁଣି ମେଟ୍ରୋ ସ୍ଵପ୍ନ ଦେଖାଇଲେ ସରକାର । ମେଟ୍ରୋ ପ୍ରକଳ୍ପକୁ ସରକାର ବନ୍ଦ କରିନାହାନ୍ତି ବରଂ ଏହା କିଛି ସମୟ ପାଇଁ ସ୍ଥଗିତ ରହିଛି । ନୂଆ ରୂପରେ ମେଟ୍ରୋ ଫେରିବ ବୋଲି ସରକାର କହିଛନ୍ତି । ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ଆଜି ଏକ ନୂଆ ଘୋଷଣା କରିଛନ୍ତି । ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ ଲୋକେ ହନ୍ତସନ୍ତ ହେବେ । ଏନେଇ କେନ୍ଦ୍ରର ସହାୟତାର ମଧ୍ୟ ଆବଶ୍ୟକତା ରହିଛି । ଟ୍ରାଇ ସିଟି ଆଧାରରେ ସହରରେ ଉନ୍ନତିକରଣ ହେବା ସହିତ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ମେଟ୍ରୋ ପ୍ରକଳ୍ପ ବନ୍ଦ ହେବା ନେଇ ସରକାରଙ୍କୁ ବିରୋଧୀ ଘେରି ଥିବାବେଳେ ସାସଂଦ ଅପରାଜିତା ଷଡଙ୍ଗୀ ଓ ସସ୍ମିତ ପାତ୍ର ମଧ୍ୟ ମେଟ୍ରୋ ପ୍ରୋଜେକ୍ଟ ଉପରେ ପୁନଃବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ।


