ଭୁବନେଶ୍ଵର : ଆଜି ଶ୍ରମିକ ଦିବସ ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିଜେପି ସମୟରେ କୌଣସି ଜନକଲ୍ୟାଣକାରୀ ଯୋଜନା ହେଉନାହିଁ । ମିଶନ ଶକ୍ତି, ଆଶା କର୍ମୀ, ବ୍ୟାଙ୍କ ମିତ୍ରଙ୍କୁ ସେମାନଙ୍କ ହକ ମିଳିପାରୁନାହି। ଆହୁରି ମଧ୍ୟ ନବୀନ କହିଛନ୍ତି ଯେ ଶ୍ରମିକଙ୍କର ସର୍ବନିମ୍ନ ମଜୁରୀ ୮୦୦ ହେବା କଥା । ମାତ୍ର ତାହା ହେଉନାହିଁ ।


