ଭୁବନେଶ୍ଵର : କଙ୍କାଳକୁ ବ୍ୟାଙ୍କ ନେବା ଘଟଣାରେ RDC ତଦନ୍ତକୁ ବ୍ୟାଙ୍କ ସଂଘ ଚ୍ୟାଲେଞ୍ଜ କରିଛି । ଏହି ଘଟଣା ନେଇ ଓଡିଶା ଗ୍ରାମୀଣ ବ୍ୟାଙ୍କ ସଂଘ ପ୍ରେସମିଟ କରିଛି । RDCଙ୍କ ପ୍ରତିକ୍ରିୟା ପରେ ମଲିପଶି ବ୍ରାଞ୍ଚ ମ୍ୟାନେଜର ଙ୍କ ସପକ୍ଷରେ ସଂଘ ବାହାରିଛି । ମ୍ୟାନେଜରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଲେ ବ୍ୟାଙ୍କ ସଂଘ ବିରୋଧ କରିବ ବୋଲି ସୂଚନା ଦେଇଛନ୍ତି । ତେବେ ଘଟଣାଟି ଅତି ଦୁର୍ଭାଗ୍ୟଜନକ, ଏଥିପାଇଁ ଆମେ ଦୁଖିତ ବୋଲି ବ୍ୟାଙ୍କ ସଂଘ କହିଛି । ମାତ୍ର ବ୍ୟାଙ୍କ ଓ ବ୍ୟାଙ୍କ ମ୍ୟାନେଜରଙ୍କୁ ଯେମିତି ଦାୟୀ କରାଯାଉଛି, ଏହାର ବିରୋଧ କରୁଛନ୍ତି ବୋଲି ସଂଘ କହିଛି । ଠିକ ଭାବେ ତଦନ୍ତ ନ ହୋଇ କାର୍ଯ୍ୟାନୁଷ୍ଠାନ ନେଲେ ମ୍ୟାନେଜରକୁ ସଂଘ ସୁରକ୍ଷା ଦେବ ବୋଲି ସଂଘ କହିଛି ।


