ଯାଜପୁର: ଯାଜପୁର ମେଡିକାଲରେ ଉତ୍ତେଜନା। ନବଜାତ ଶିଶୁର ମୃତ୍ୟୁ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ମିଳିଥିବା ସୂଚନା ଅନୁସାରେ କୁମ୍ଭାରୀଆ ଅଞ୍ଚଳରୁ ଜଣେ ମହିଳା ପ୍ରସବ ବେଦନା ପରେ ଭଦ୍ରକ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ଶିଶୁଟି ଅସୁସ୍ଥ ଥିବାରୁ ତାର ଅଧିକ ଚିକିତ୍ସା ପାଇ କଟକ ପଠାଇ ଥିଲା ଯାଜପୁର ମେଡିକାଲ। ହେଲେ ଶିଶୁର ମୃତ୍ୟୁ ପରେ ପରିବାର ଲୋକ ମୃତ ଶିଶୁକୁ ଧରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ହଙ୍ଗାମା କରିଛନ୍ତି । ସେପଟେ ମୃତ ଶିଶୁକୁ କାହିଁକି କଟକ ପଠାଗଲା ତାର ତଦନ୍ତ ଦାବି କରିବା ସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସ୍ୱାସ୍ଥ୍ୟସେବାରେ ଏପରି ଅବ୍ୟବସ୍ଥା ପାଇଁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି ।


