ଯାଜପୁର: ବାଲିଚନ୍ଦ୍ରପୁର ଥାନା ବଡ ବାଲିକୁଦା ଗାଁରେ ଅଭାବନୀୟ ଘଟଣା । ବିଲକୁ ଯାଇଥିବାବେଳେ ଗଛ ପଡ଼ି ସ୍ଵାମୀର ମୃତ ହୋଇଥିବାବେଳେ ସ୍ତ୍ରୀ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ମିଳିଛି । କାଳବୈଶାଖୀରୁ ରକ୍ଷା ପାଇଁ ଗଛ ତଳେ ଆଶ୍ରୟ ନେଇଥିଲେ । ସ୍ଵାମୀଙ୍କ ମୃତ୍ୟ ଖବର ଶୁଣି ଘରେ ବିଷ ପିଇ ସ୍ତ୍ରୀର ଜୀବନ ହାରିବା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଧର୍ମଶାଳା ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି ।


