Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି
ଆଜିର ଖବର

ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

May 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି
ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

ଖୋର୍ଦ୍ଧା: ଭାରତର ସ୍ବାଧୀନତା ସଂଗ୍ରାମ ଓ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ଲାଗି ମହାନ୍ ସ୍ବାଧୀନତା ସଂଗ୍ରାମୀ, ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ର ପ୍ରତିଷ୍ଠାତା ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ତୀତିକ୍ଷା ଅବିସ୍ମରଣୀୟ। ଏଥିପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତି ପାଇଁ ନମସ୍ୟ ବୋଲି ଖୋରଧା ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ଖୋରଧା ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ମିଶ୍ରଙ୍କ ୫୮ତମ ଶ୍ରାଦ୍ଧୋତ୍ସବରେ ସ୍ଥାନୀୟ ବିଡ଼ିଏ ପଡ଼ିଆ ନିକଟସ୍ଥ ମୋନାଲିସା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସମ୍ମୁଖରେ ଥିବା ପଣ୍ଡିତ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ଆଗାମୀ ଦିନରେ ଏହି ଶ୍ରାଦ୍ଧୋତ୍ସବକୁ ଆହୁରି ବ୍ୟାପକ କରାଯାଇ ବ୍ୟାପକ ପ୍ରଚାର ପ୍ରସାର କରାଯିବା ଦିଗରେ ପଦକ୍ଷେପ ନିଆଯିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ପୌରପାଳିକା ଆନୁକୂଲ୍ୟରେ ଆୟୋଜିତ ସାମୂହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣକୁମାର ବେହେରା ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ ପ୍ରତିଷ୍ଠା କରି ପଣ୍ଡିତ ମିଶ୍ର ବାନରସେନାକୁ କର୍ମୀ ପ୍ରେରଣ କରିଥିବା ସ୍ବାଧୀନତା ସଂଗ୍ରାମର ଇତିହାସକୁ ଅବଲୋକନ କଲେ ଜଣାପଡ଼େ ବୋଲି ଦର୍ଶାଇଥିଲେ। ସେହିପରି ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦ ଉପଦେଷ୍ଟା ମନୋରମା ନନ୍ଦ (ମିଶ୍ର) ଏଥିରେ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ କାବ୍ୟିକ ପ୍ରତିଭାର ଆଲୋକପାତ କରିଥିଲେ। ସଂଗ୍ରାମୀ ନାରାୟଣ ସ୍ମୃତି ସମାରୋହ ସମିତି ସମ୍ପାଦକ ଡ. ଧୀରେନ୍ଦ୍ର ନନ୍ଦ ଯୋଗ ଦେଇ ସ୍ୱର୍ଗତଃ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦର ଟ୍ରଷ୍ଟି ତଥା ଆଡ଼ଭୋକେଟ ନୃସିଂହନାଥ ମିଶ୍ର, ଅକ୍ଷୟକୁମାର ଦାଶ, ଜୟଦେବ ମିଶ୍ର, ଡ଼ା.ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ, ନୀଳକଣ୍ଠ ଦାଶ ପ୍ରମୁଖ ଏହି ଦିବସର ମହତ୍ତ୍ବ ଉପରେ ଦିଗଦର୍ଶନ ଦେଇଥିଲେ। ସେହିପରି ବରିଷ୍ଠ ସ୍ତମ୍ଭକାର ତଥା ‘ମାର୍ଗଦର୍ଶୀ’ ସମ୍ପାଦକ ଉମାଶଙ୍କର ପ୍ରସାଦ, ଖୋରଧା ବରିଷ୍ଠ ନାଗରିକ ମଞ୍ଚ ସଭାପତି ରାମଶଙ୍କର, ଖୋରଧା ଜିଲା ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟି, ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁରଞ୍ଜନ ସାମନ୍ତରାୟ, ସମବାୟବିତ୍ ଡ. ବିମଳଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ପଣ୍ଡିତ ମିଶ୍ରଙ୍କ ଉଲ୍ଲେଖନୀୟ ପ୍ରତିଭାର ଅନ୍ୟାନ୍ୟ ଦିଗ ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଇତିଶ୍ରୀ ସାହୁ, ଫଟୋ ସାମ୍ବାଦିକ ଦୁର୍ଯ୍ୟୋଧନ ଜେନା, ସୁରେନ୍ଦ୍ର ବେହେରା, ଭକ୍ତବଲ୍ଲଭ ନାୟକ, ହାଜି ନସିମ୍ ଉଦ୍ଦିନ୍ ଖାନ, ଡ.ପ୍ରଫୁଲ୍ଲ କୁମାର ସାମନ୍ତରାୟ, ପ୍ରଦୀପ କୁମାର ବେହେରା, ସୁକାନ୍ତି ମିଶ୍ର, ଶ୍ରୀମତୀ ମିଶ୍ର, ସ୍ମିତା ବେହେରା, ଚିନ୍ମୟୀ ପ୍ରିୟଦର୍ଶିନୀ, ରତ୍ନମଞ୍ଜରୀ ମହାପାତ୍ର, ସ୍ୱପ୍ନାରାଣୀ ସାହୁ, ସୋନାଲି ପ୍ରିୟଦର୍ଶିନୀ ସାହୁ, ରଶ୍ମିତା ମାଝି, ସରସ୍ବତୀ ସୁନ୍ଦରାୟ, ପ୍ରତିଭା ମହାନ୍ତି, ପ୍ରସନ୍ନ କୁମାର ପାଇକରାୟ, ଗୋବିନ୍ଦ ଚନ୍ଦ୍ର ମହାରଣା, ହୃଷିକେଶ ନନ୍ଦ, ଜଗବନ୍ଧୁ ସାହୁ, ଡ. ମିନତା ମହାନ୍ତି, ସାମ୍ବାଦିକ ରାଜେଶଚନ୍ଦ୍ର ମହାନ୍ତି, ଆଡ଼ଭୋକେଟ ଶକ୍ତିଶଙ୍କର ମିଶ୍ର, ସୟଦ ଲିୟାକତ ଅଲ୍ଲୀ ପ୍ରମୁଖ ଯୋଗ ଦେଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।

ତ୍ୟାଗ ଓ ତୀତିକ୍ଷା ପଣ୍ଡିତ ନାରାୟଣ ଶ୍ରଦ୍ଧାଞ୍ଜଳି ସ୍ବାଧୀନତା ସଂଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

May 3, 2026

ଇରାନର ଅବରୋଧ ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଛି ଭାରତର ‘ସର୍ବ ଶକ୍ତି’

May 3, 2026
Latest News

ତ୍ୟାଗ ଓ ତୀତିକ୍ଷା ପାଇଁ ପଣ୍ଡିତ ନାରାୟଣ ଓଡ଼ିଆ ଜାତିର ନମସ୍ୟ: ୫୮ତମ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି

May 3, 2026

ଚିନ୍ତା ବଢାଇଲା ସଟ୍ଟା ବଜାରର ପୂର୍ବାନୁମାନ!: ଜାଣନ୍ତୁ କେଉଁ ରାଜ୍ୟରେ କିଏ ଗଢିବ ସରକାର?

May 3, 2026

ଆଜିର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ SRH ଏବଂ KKR: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

May 3, 2026

କ୍ଷୀର ଦର ବୃଦ୍ଧି କଲା ଓମଫେଡ

May 3, 2026

ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.