Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଟିଳ ଅସ୍ତ୍ରୋପଚାର – ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା
ଆଜିର ଖବର

ଜଟିଳ ଅସ୍ତ୍ରୋପଚାର – ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା

May 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶୀତଳାପଲ୍ଲୀ ସମ୍ ହସ୍ପିଟାଲ
ଜଟିଳ ଅସ୍ତ୍ରୋପଚାର - ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ଅଭୂତପୂର୍ବ ସଫଳତା

ଭୁୁବନେଶ୍ୱର: ଅତ୍ୟାଧୁନିକ ଅସ୍ତ୍ରୋପଚାର ପାରଦର୍ଶିତା ଓ ବିଭିନ୍ନ ବିଭାଗର ସମନ୍ୱୟ ଫଳରେ ବ୍ରହ୍ମପୁର ଶୀତଳାପଲ୍ଲୀ ସ୍ଥିତ ସମ ହସ୍ପିଟାଲ୍‌ରେ ଦୁଇଟି ବିରଳ ଓ ଅତ୍ୟନ୍ତ ଜଟିଳ ଅସ୍ତ୍ରୋପଚାର ସଂପାଦନ କରାଯିବା ଦ୍ୱାରା ହସ୍ପିଟାଲ ଅଭୂତପୂର୍ବ ସଫଳତା ହାସଲ କରିଛି। ଚିକିତ୍ସା ନିମନ୍ତେ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନେକ ହସ୍ପିଟାଲ ବୁଲିବା ପରେ ଶେଷରେ ଶୀତଳାପଲ୍ଲୀ ସମ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିଛନ୍ତି ରୋଗୀ।

ପ୍ରଥମ ରୋଗୀଙ୍କ କ୍ଷେତ୍ରରେ ଶ୍ୱାସନଳୀରେ ଅବରୋଧ ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅତ୍ୟନ୍ତ କଷ୍ଟ ଅନୁଭବ ହେଉଥିଲା। ଏହା ଦ୍ୱାରା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଏକ ଅତ୍ୟାଧୁନିକ ଶ୍ୱାସନଳୀ ପୁନଃନିର୍ମାଣ ପ୍ରକ୍ରିୟା- ଉନ୍ନତ ମାନର ସିଙ୍ଗଲ ଷ୍ଟେଜ୍ ଲାରିନ୍‌ଗୋଟ୍ରାକିଆଲ୍ ରିକନ୍‌ଷ୍ଟ୍ରକ୍ସନ୍ (ଏସ୍‌ଏସ୍‌ଏଲ୍‌ଟିଆର୍‌) ଅସ୍ତ୍ରୋପଚାର କରାଯାଇ ରୋଗୀଙ୍କର ଚିକିତ୍ସା କରାଯାଇଥିଲା।

ଏହି ଜଟିଳ ଅସ୍ତ୍ରୋପଚାରଟି ଇଏନ୍‌ଟି ବିଭାଗର ଡାକ୍ତର ପ୍ରିୟଜିତ ପାଣିଗ୍ରାହୀ, କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ଡାକ୍ତର ସମିର ପାଣିଗ୍ରାହୀ ଏବଂ ଡାକ୍ତର ଶୁଭଜିତ ସାହୁଙ୍କ ମିଳିତ ଉଦ୍ୟମରେ ସଂପାଦନ କରାଯାଇଥିଲା। ଏମାନଙ୍କର ମିଳିତ ପ୍ରଚେଷ୍ଟା ଯୋଗୁଁ ଏହି ଜଟିଳ ଅସ୍ତ୍ରୋପଚାର ସଫଳ ହୋଇପାରିଥିଲା। ଏହି ଅସ୍ତ୍ରୋପଚାରଟି ଦକ୍ଷିଣ ଓଡ଼ିଶାରେ ଏକ ବିରଳ ସଫଳ ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି।

ସେହିପରି ଅନ୍ୟ ଏକ ଜଟିଳ ସମସ୍ୟାରେ ପୀଡ଼ିତ ଥିବା ରୋଗୀ ଯାହାଙ୍କର ବେକରେ ନର୍ଭ ସିଥ ଟ୍ୟୁମର ସୃଷ୍ଟି ହୋଇଥିଲା ତାହାକୁ ବିଭିନ୍ନ ବିଭାଗର ଡାକ୍ତରମାନେ ମିଳିତ ଭାବେ ଅସ୍ତ୍ରୋପଚାର ମାଧ୍ୟମରେ ସଫଳ ଚିକିତ୍ସା କରି ସୁସ୍ଥ କରାଇଛନ୍ତି। ଏହି ଟିମ୍‌ରେ ଡାକ୍ତର ସୁଧାକର ଜେନା, ଡାକ୍ତର ପ୍ରଭାତ ଜଗଦେବ, ଡାକ୍ତର ସାଇରୁଦ୍ର ପୁହାଣ ଓ ଡାକ୍ତର ପ୍ରତ୍ୟୁଷକାନ୍ତି ମିଶ୍ର ସାମିଲ ଥିଲେ। ସେମାନଙ୍କର ମିଳିତ ଉଦ୍ୟମ ଜଟିଳ ଅସ୍ତ୍ରୋପଚାରଗୁଡ଼ିକୁ ସଫଳ କରାଇବାର ଦକ୍ଷତାକୁ ପ୍ରତିପାଦିତ କରିଛି।

ଡାକ୍ତରୀ ଟିମ୍‌କୁ ଶୁଭେଚ୍ଛା ଜଣାଇ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ କହିଛନ୍ତି ଯେ ପରୀକ୍ଷଣ ଏବଂ ଅସ୍ତ୍ରୋପଚାର କ୍ଷେତ୍ରରେ ଶୁଦ୍ଧତା, ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ୱାର୍କ ଏବଂ ରୋଗୀ ସେବା କ୍ଷେତ୍ରରେ ଉତ୍କର୍ଷତା ହିଁ ହସ୍ପିଟାଲ୍‌କୁ ସଫଳତା ଆଣିଦେଉଛି।

ଧୀରେ ଧୀରେ ହସ୍ପିଟାଲଟି ଏଭଳି ଜଟିଳ ଚିକିତ୍ସାରେ ସଫଳ ହେଉଛି। ଅତ୍ୟାଧୁନିକ ଆଇସିୟୁ ଭିତିଭୂମି ଓ ପର୍ଯ୍ୟାପ୍ତ ଶଯ୍ୟା ଯୋଗୁଁ ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁଛି ବୋଲି ସେ କହିଛନ୍ତି।

ଅଭୂତପୂର୍ବ ସଫଳତା ଜଟିଳ ଅସ୍ତ୍ରୋପଚାର ଶୀତଳାପଲ୍ଲୀ ସମ୍‌ ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026
Latest News

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 18, 2026

ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ କ୍ଷମତାକୁ ପ୍ରଶଂସା କଲେ କେରଳ, ରାଜସ୍ଥାନ ଓ ପଞ୍ଜାବ ଗଣମାଧ୍ୟମ ପ୍ରତିନିଧି

September 18, 2026

‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 18, 2026

କୁକୁଡାଖଣ୍ଡି ହିଂସାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ବାଳ ଅପରାଧୀ ଗିରଫ

September 18, 2026

ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.