ଚେନ୍ନାଇ : ତାମିଲନାଡୁ ବିଧାନସଭା ନିର୍ବାଚନ-୨୦୨୬ର ଫଳାଫଳ ଘୋଷଣା ହୋଇଯାଇଛି। ଚଳିତଥର ତାମିଲନାଡୁ ବିଧାନସଭାରେ ନିର୍ବାଚନ ଫଳାଫଳରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡ଼ିଏମକେ ମୁଖ୍ୟ ଷ୍ଟାଲିନ ନିଜ ଅମାନତ ହାରିଛନ୍ତି। ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ) ରାଜ୍ୟରେ ସର୍ବାଧିକ ଆସନ ଜିତି ଇତିହାସ ସୃଷ୍ଟି କରିଛି। ଏହି ସମୟରେ ତାମିଲନାଡୁ ବିଧାନସଭାର ଏକ ଆସନ ଆଲୋଚନାର ବିଷୟ ପାଲଟିଛି। ଡିଏମକେ ପ୍ରାର୍ଥୀ ମାତ୍ର ଗୋଟିଏ ଭୋଟରେ ପରାସ୍ତ ହୋଇଛନ୍ତି। ଡିଏମକେ ମନ୍ତ୍ରୀ କେ.ଆର. ପେରିଆକାରୁପ୍ପାନ ତିରୁପ୍ପଟୁର ବିଧାନସଭା ଆସନରୁ ମାତ୍ର ଗୋଟିଏ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି । ଏହି ଫଳାଫଳ ଦର୍ଶାଉଛି ଯେ ନିର୍ବାଚନରେ ପ୍ରତ୍ୟେକ ଭୋଟ କିପରି ଭାଗ୍ୟ ବଦଳାଇପାରେ। ତାମିଲନାଡୁ ମନ୍ତ୍ରୀ ପେରିଆକୁରୁପନଙ୍କୁ ତାମିଲାଗା ଭେଟ୍ରି କାଜଗାମ (ଟିଭିକେ) ପ୍ରାର୍ଥୀ ଶ୍ରୀନିବାସା ସେଥୁପାଠୀ ଆର ପରାସ୍ତ କରିଛନ୍ତି।


