Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୀମଭୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ
ଆଜିର ଖବର

ଭୀମଭୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ

May 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାନସିକ ନିର୍ଯ୍ୟାତନା ଦେଉଥିବା ଭୀମଭୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ
ମାନସିକ ନିର୍ଯ୍ୟାତନା ଦେଉଥିବା ଭୀମଭୋଇ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ

ରେଢ଼ାଖୋଲ: ଜୈନେକ ଅଧ୍ୟାପକଙ୍କୁ କଲେଜର ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ଉଲ୍ଲେଖ ଯେ, ରେଢ଼ାଖୋଲ ଭୀମଭୋଇ କଲେଜର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ମାନଭଞ୍ଜନ କହଁରଙ୍କ ଶାଳକଙ୍କ ବାହାଘର ମାର୍ଚ୍ଚ ମାସ ୯ ତାରିଖ ସ୍ଥିର ହୋଇଥିଲା। ଏହି ବାହାଘରର ବୁଝିବା ସମସ୍ତ ଦାୟିତ୍ୱ ଶ୍ରୀ କହଁରଙ୍କ ଥିବାରୁ ସେ ୯,୧୦, ୧୧, ତାରିଖ ପର୍ଯ୍ୟନ୍ତ ୩ଦିନ ଛୁଟିରେ ଯିବା ପାଇଁ ନିୟମ ଅନୁସାରେ ଅସୁବିଧା ଜଣାଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଛୁଟି ଦରଖାସ୍ତ ଦେଇ ଅନୁରୋଧ କରିଥିଲେ। ମାତ୍ର ଅଧ୍ୟକ୍ଷ ଦରଖାସ୍ତ ଗ୍ରହଣ ନକରି ଦରଖାସ୍ତଟିକୁ ଫିଙ୍ଗି ଦେଇ ବହୁତ କଟୁ କଥା କହିଲେ।

ଦରଖାସ୍ତଟିକୁ ଅଧ୍ୟାପକ କହଁର ତଳୁ ଉଠାଇ ବାହାରକୁ ଚାଲି ଆସିଲେ। ପର ଦିନ ପୁଣି ଥରେ ଦରଖାସ୍ତଟିକୁ ଅଧ୍ୟକ୍ଷକଙ୍କୁ ଦେଇ ଛୁଟି ପାଇଁ ଅନୁରୋଧ କରିବା ସତ୍ତ୍ୱେ ସେ ଦରଖାସ୍ତ ଟିକୁ ଫିଙ୍ଗିଦେଇ ଇଆଡୁ ସିୟାଡୁ କହିଥିଲେ। ଦରଖାସ୍ତଟିକୁ ଶ୍ରୀ କହଁର ତଳୁ ଉଠାଇ ବାହାରକୁ ଚାଲି ଆସିଲେ। ବଡ଼ମାନଙ୍କ ପରାମର୍ଶ ନେଇ ତୃତୀୟ ବାର ଦରଖାସ୍ତ ଧରି ହାତ ଯୋଡ଼ି ଅନୁରୋଧ କଲେ। ଅଧ୍ୟକ୍ଷ ଉଦ୍ଦେଶ୍ୟମୂଳକ ଭାବେ ଗ୍ରହଣ ନକରିବାରୁ ଟେବୁଲ ଉପରେ ଥୋଇ ନମସ୍କାର କରି ଚାଲି ଆସିିଥିଲେ। ତିନି ଦିନପରେ ଆସି ଜୟନିଂ ରିପୋର୍ଟ ଅଧ୍ୟକ୍ଷଙ୍କ ହାତରେ ଧରାଇ ଧନ୍ୟବାଦ ଦେଇ ନିଜର କର୍ତ୍ତବ୍ୟ ନିଷ୍ଠାର କରିଚାଲିଛନ୍ତି।

ସେ ଜଣେ ଦଳିତ ହୋଇ ଥିବାରୁ ତାଙ୍କ ପ୍ରତି ଅଧ୍ୟକ୍ଷ ଅମୁଲ୍ୟ କୃଷ୍ଣ ପାଢ଼ୀ ଓ ଅଧ୍ୟାପକ ଅରୁଣ କୁମାର ଶାସନି ନଜଣାଇ ମାର୍ଚ୍ଚ ମାସର ଦରମା କାଟି ନାନା ପ୍ରକାର ଚାପ ସୃଷ୍ଟି କରିବା ଦ୍ୱରା ବର୍ତ୍ତମାନ ସେ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ି କଲେଜ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ, ରେଢ଼ାଖୋଲ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (ଉଚ୍ଚ ଶିକ୍ଷା ବିଭାଗ) ସମ୍ବଲପୁର, ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗ ଭୁବନେଶ୍ୱର, ମାନବିକ ଅଧିକାର କମିଶନ ଭୁବନେଶ୍ୱର, ଜିଲ୍ଲାପାଳ ସମ୍ବଲପୁର, ମୁଖ୍ୟମନ୍ତୀ କାର୍ଯ୍ଯାଳୟ ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ କାର୍ଯ୍ଯାଳୟ ନୂଆଦିଲ୍ଲୀ ଏବଂ ମଣ୍ଡଳ କମିଶନ, ଭୁବନେଶ୍ୱର, ଉଚ୍ଚ ଶିକ୍ଷାମନ୍ତ୍ରୀ ଓଡ଼ିଶା, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଠାରେ ନିରପକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି।

ଭୀମଭୋଇ କଲେଜ ମାନସିକ ନିର୍ଯ୍ୟାତନା
Share. Facebook Twitter LinkedIn Email WhatsApp Copy Link

Related Posts

ସିଏନଜି ଭର୍ତ୍ତି ବେଳେ ବିସ୍ଫୋରଣ: ସମ୍ପୂର୍ଣ୍ଣ ଚୂରମାର୍ ହେଲା କାର୍

October 3, 2026

ଏସୀୟ କ୍ରୀଡାରେ ଆଉ ଏକ ବଡ ସଫଳତା: ଗଲ୍ଫରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ପ୍ରଣବୀ

October 3, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଲେଖିଲେ ଖଡଗେ: କର୍ଣ୍ଣାଟକ ପାଇଁ କଲେ ଗୁରୁତ୍ୱପୂର୍ଣ୍ଣ ଦାବି

October 3, 2026

TiECon Bhubaneswar: ଅକ୍ଟୋବର ୩୦ରୁ ଅନୁଷ୍ଠିତ ହେବ ଉଦ୍ୟୋଗପତି ସମ୍ମିଳନୀ ‘ଟାଇକନ ଭୁବନେଶ୍ୱର ୨୦୨୬’

October 3, 2026
Latest News

ସିଏନଜି ଭର୍ତ୍ତି ବେଳେ ବିସ୍ଫୋରଣ: ସମ୍ପୂର୍ଣ୍ଣ ଚୂରମାର୍ ହେଲା କାର୍

October 3, 2026

କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

October 3, 2026

ଏସୀୟ କ୍ରୀଡାରେ ଆଉ ଏକ ବଡ ସଫଳତା: ଗଲ୍ଫରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ପ୍ରଣବୀ

October 3, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଲେଖିଲେ ଖଡଗେ: କର୍ଣ୍ଣାଟକ ପାଇଁ କଲେ ଗୁରୁତ୍ୱପୂର୍ଣ୍ଣ ଦାବି

October 3, 2026

TiECon Bhubaneswar: ଅକ୍ଟୋବର ୩୦ରୁ ଅନୁଷ୍ଠିତ ହେବ ଉଦ୍ୟୋଗପତି ସମ୍ମିଳନୀ ‘ଟାଇକନ ଭୁବନେଶ୍ୱର ୨୦୨୬’

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.