ବାଲିଅନ୍ତା : ବାଲିଅନ୍ତାରେ ଯୁବକକୁ ପିଟି ପିଟି ହତ୍ୟା ମାମଲାରେ ୪ ଜଣ ଅଟକ । ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ବାଲିଅନ୍ତା ପୋଲିସ । ଗାଁରେ ଉତ୍ତେଜନା ଜାରି ରହିଛି । ଥାନା ବାହାରେ ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ହୋହଲା ହୋଇଛି। ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ।
ସୂଚନାଯୋଗ୍ୟ, ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ମୌଜପୁର ଗାଁର ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କିଛି ଲୋକେ ହାତଗୋଡ଼ ବାନ୍ଧି ବାଉଁଶରେ ଟେକି ବିଧା ଗୋଇଠା ସହ ନିସ୍ତୁକ ମାଡ଼ ମାରି ଥିଲେ। ଫଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା।


