Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

May 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: ଆଜି ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ ପ୍ରୟାସରେ “ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ “JUVENTICA” ମାଧ୍ୟମରେ ଓଡ଼ିଶା ପୋଲିସ ଶିଶୁ ଓ କିଶୋର-କିଶୋରୀମାନଙ୍କ ପାଇଁ ପୋଲିସ ବ୍ୟବସ୍ଥାକୁ ଅଧିକ ସହଜ, ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୫୫ ପୋଲିସ ଥାନାର ପ୍ରାୟ ୧୫,୦୦୦ରୁ ଅଧିକ କିଶୋର-କିଶୋରୀ ଅଂଶଗ୍ରହଣ କରିଥିଲେ। Advika Clubs ର କିଶୋର-କିଶୋରୀମାନଙ୍କ ସହ Anganwadi Workers ଓ Para Legal Volunteers ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ବର୍ତ୍ତମାନ ସମୟରେ ବହୁ ସଂଖ୍ୟାରେ କିଶୋର-କିଶୋରୀ ସାମାଜିକ ଗଣମାଧ୍ୟମର ନକରାତ୍ମକ ବିଷୟବସ୍ତୁ ଉପଭୋଗ କରିବାରେ ସମୟ ଅତିବାହିତ କରୁଛନ୍ତି। ସବୁବେଳେ ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ବିଷୟବସ୍ତୁ ଗ୍ରହଣ କରି ଭବିଷ୍ୟତ ଉଜ୍ଵଳ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ ସମୟରେ ସେମାନେ ସାଇବର ଅପରାଧ ସହିତ ସାମାଜିକ ସମସ୍ୟାର ଶିକାର ହୋଇ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ନୈତିକ ଶିକ୍ଷା ଦେବା ସହ ସେମାନଙ୍କ କଥାକୁ ଧ୍ୟାନର ସହ ଶୁଣି ସଠିକ୍ ପରାମର୍ଶ ଓ ନୈତିକ ସମର୍ଥନ ପ୍ରଦାନ କରିବା ମଧ୍ୟ ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ୱ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ।

ସେ ଆହୁରି କହିଥିଲେ ଯେ, ଏହି ପ୍ରୟାସ ଯୁବ ପିଢ଼ି ଓ ପୋଲିସ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ସମସ୍ତ କିଶୋର-କିଶୋରୀମାନଙ୍କୁ ନିର୍ଭୟରେ ପୋଲିସ ସହ ଯୋଗାଯୋଗ କରି ନିଜ ସମସ୍ୟା ଜଣାଇବାକୁ ଅନୁରୋଧ କରିଥିଲେ।

ଏହା ବ୍ୟତୀତ କିଶୋର-କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ଓ ମଙ୍ଗଳ ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ପାଇଁ ସମସ୍ତ ପୋଲିସ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଶିଶୁ ଓ କିଶୋର-କିଶୋରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସକାରାତ୍ମକ ପରିବେଶ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ଡିଜିପି ଆଭାଷୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କିଶୋର-କିଶୋରୀମାନଙ୍କ ସହ ଭାବ ବିନିମୟ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଡିଜିପି(କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ କୁମାର ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଏସ. ସାଇନିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଜୁଭେଣ୍ଟିକା ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.