Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ଵାମୀ ଗିରଫ
ଆଜିର ଖବର

ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ଵାମୀ ଗିରଫ

May 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା) : ଜଣେ ଅଚିହ୍ନା ଅଶୁଣା ମହିଳାକୁ ଧର୍ମର ସାକ୍ଷୀ ରଖି ଜଣେ ପୁରୁଷ ସାତ ଜନ୍ମ ପାଇଁ ନିଜର ପତ୍ନୀ ରୂପେ ଗ୍ରହଣ କରିଥାଏ l ହେଲେ ଜଣେ ପତି ଯେ, ନିଜ ସ୍ତ୍ରୀର ପ୍ରାଇଭେଟ ପାର୍ଟର ଭିଡିଓ ଉତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଭଳି ଘଟଣା ଘଟି ଜଣେ ନାରୀର ଇଜ୍ଜତ କୁ ପଦାରେ ପକାଇ ବେଶ ଚର୍ଚ୍ଚିତ ହେବା ଭଳି ଘଟଣା ଘଟିଛି ରେଢ଼ାଖୋଲ ଥାନା ଅଂଚଳରେ । 
ପୋଲିସ ସୂତ୍ରରୁ ପ୍ରକାଶ ଯେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଲିସ ଭାଇରାଲ କରିବା ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଏହି ଘଟଣାରେ ରେଢ଼ାଖୋଲ ଥାନାରେ କେସ୍ ୮୩/୨୬ ରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୨୬ ତାରିଖରେ ରେଢ଼ାଖୋଲ ଅଂଚଳର ଜନୈକା ଯୁବତୀଙ୍କ ସହ ଅଭିଯୁକ୍ତ ବିନୋଦ ପ୍ରଧାନର ବିବାହ ହୋଇଥିଲା।ବିବାହର କିଛି ଦିନ ପରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ପରିବାର ପକ୍ଷରୁ ନଗଦ ୨ ଲକ୍ଷ ଟଙ୍କା, ସୁନା ହାର ଓ ୱାସିଂ ମେସିନ୍ ଦାବି କରାଯାଇଥିଲା। ଦାବି ପୂରଣ ନହେବାରୁ ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା।

ଏହାପରେ ପୂର୍ବରୁ ମଧ୍ୟ ରେଢ଼ାଖୋଲ ଥାନାରେ ଯୈତୁକ ନିର୍ଯାତନା ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ସ୍ୱାମୀ ବିନୋଦ ନିଜ ପତ୍ନୀର ଅଜାଣତରେ ସମ୍ଭୋଗ କରୁଥିବା ସମୟର ଅଶ୍ଳୀଳ ଫଟୋ ଓ ଭିଡିଓ ନିଜ ମୋବାଇଲରେ ସଂଗ୍ରହ କରିଥିଲା । ପରେ ସେହି ଫଟୋ ଓ ଭିଡିଓ ଗୁଡ଼ିକୁ ନିଜ ଶଳାଙ୍କ ମୋବାଇଲକୁ ପଠାଇବା ସହ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପିଡୀତା ମହିଳା ମାନସିକ ଭାବେ ଭାଙ୍ଗି ପଡ଼ିବା ସହ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିବାର ସୂଚନା ମିଳିଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା, କୁଦାପଡା ଗ୍ରାମର ଅଭିଯୁକ୍ତ ସ୍ବାମୀ ବିନୋଦ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିନୋଦକୁ ଗିରଫ କରିବା ବେଳେ ପୋଲିସ ତା’ ନିକଟରୁ କିଛି ଅଶ୍ଳୀଳ ଫଟୋ ସ୍କ୍ରିନସଟ୍, ମୋବାଇଲ ଫୋନ ଓ ମେମୋରୀ କାର୍ଡ ଜବତ କରିଥିବା ଜଣାପଡିଛି । ଅଭିଯୁକ୍ତ ଏବେ ଜେଲ ହାଜତ ରେ ରହି ନିଜ କର୍ମର ପଶ୍ଚାତାପ କରୁଛି ।  

ଅଶ୍ଳୀଳ ଫଟୋ ଭାଇରାଲ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଥାଲାପତି ବିଜୟ ଅସନ୍ତୁଷ୍ଟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଲେ ଚିଠି

June 26, 2026

ଅପରେସନ ସିନ୍ଦୂରରେ ସହିଦ ହୋଇଥିଲେ ଛଅ ଭାରତୀୟ ଯବାନ: ପ୍ରଥମ ଥର ପ୍ରକାଶ ପାଇଲା ନାମ

June 26, 2026

୨୦୨୫-୨୬ ଶିକ୍ଷାବର୍ଷରେ ବିଶ୍ଵ ଦକ୍ଷତା କେନ୍ଦ୍ରର ରେକର୍ଡ ପ୍ଲେସମେଣ୍ଟ ସଫଳତା

June 26, 2026

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍‌ ଇନ୍‌ ରେସିଡେନ୍ସି’ ଯୋଜନା

June 26, 2026
Latest News

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଥାଲାପତି ବିଜୟ ଅସନ୍ତୁଷ୍ଟ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଲେ ଚିଠି

June 26, 2026

ଅପରେସନ ସିନ୍ଦୂରରେ ସହିଦ ହୋଇଥିଲେ ଛଅ ଭାରତୀୟ ଯବାନ: ପ୍ରଥମ ଥର ପ୍ରକାଶ ପାଇଲା ନାମ

June 26, 2026

୨୦୨୫-୨୬ ଶିକ୍ଷାବର୍ଷରେ ବିଶ୍ଵ ଦକ୍ଷତା କେନ୍ଦ୍ରର ରେକର୍ଡ ପ୍ଲେସମେଣ୍ଟ ସଫଳତା

June 26, 2026

ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ‘ବସାରେ ଲେଖକ’ କାର୍ଯ୍ୟକ୍ରମ, ଓଡ଼ିଶାରେ ପ୍ରଥମ ‘ରାଇଟର୍‌ ଇନ୍‌ ରେସିଡେନ୍ସି’ ଯୋଜନା

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.