ନୂଆଦିଲ୍ଲୀ : ବଢ଼ିଲା ତେଲ ଦର। ୩ ଟଙ୍କା ଲେଖାଏଁ ବଢିଲା ପେଟ୍ରୋଲ, ଡିଜେଲ୍ ଦର। CNG ଦର ବି ୨ ଟଙ୍କା ବୃଦ୍ଧି ପାଇଛି। ଭୁବନେଶ୍ବରରେ ପେଟ୍ରୋଲ ୧୦୪ ଟଙ୍କା ପାର ହୋଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ପାର୍ ହୋଇଛି।
ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି। ଆଜି ସକାଳେ ୬ଟାରୁ ଦିଲ୍ଲୀ ସମେତ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି।
ଦିଲ୍ଲୀରେ ୯୪ ଟଙ୍କାରୁ ୯୭ ଟଙ୍କାକୁ ବଢ଼ିଲା ପେଟ୍ରୋଲ, ଡିଜେଲ ଦର ୯୦ ଟଙ୍କା ପାର। ସେହିଭଳି କୋଲକାତାରେ ପେଟ୍ରୋଲ ୧୦୮.୭୪ ଟଙ୍କା, ମୁମ୍ବାଇରେ ୧୦୬.୬୮ଟଙ୍କା, ଚେନ୍ନାଇରେ ୧୦୩.୬୭ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର। ଏବଂ ଡିଜେଲ୍ ଦର କୋଲକାତାରେ ୯୫.୧୩, ମୁମ୍ବାଇରେ ୯୩.୧୪, ଚେନ୍ନାଇରେ ୯୫.୨୫ ଟଙ୍କାରେ ପହଞ୍ଚିଛି।
ଅପରପକ୍ଷରେ ପେଟ୍ରୋଲ – ଡିଜେଲ କମ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।


