Categories
ଆଜିର ଖବର

ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି

କ୍ରମାଗତ ଚାରି ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିବା ପରେ ଗୁରୁବାର ମୂଲ୍ୟ ବୃଦ୍ଧି ଘଟିଛି। ପେଟ୍ରୋଲ ମୂଲ୍ୟରେ ୭ ରୁ ୯ ପଇସାର ବୃଦ୍ଧି ଘଟିଥିବା ବେଳେ ଡିଜେଲ ମୂଲ୍ୟରେ ୮ ରୁ ୧୦ ପଇସାର ବୃଦ୍ଧି ଘଟିଛି। ବୁଧବାର ପେଟ୍ରୋଲ ମୂଲ୍ୟ ଦିଲ୍ଲୀରେ ୭୨.୯୫ ପଇସା ରହିଥିବା ବେଳେ ଆଜି ଏହା ୭୩.୦୨ ପଇସା ରହିଛି ସେହିପରି ଡିଜେଲ ମୂଲ୍ୟ ୬୬.୪୬ ପଇସାରୁ ୬୬.୫୪ ପଇସାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୭୮.୫୨ରୁ ୭୮.୫୯କୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟରେ ୨ ପଇସାର ବୃଦ୍ଧି ଘଟିଛି। କୋଲକାତାରେ ଆଜି ପେଟ୍ରୋଲ ଦର ୭୫.୦୪ ରହିଥିବା ବେଳେ ଡିଜେଲ ଦର ୬୮.୨୮ ପଇସା ରହିଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଏବଂ ଭାରତୀୟ ଟଙ୍କାର ପରିବର୍ତ୍ତିତ ମୂଲ୍ୟ ଉପରେ ପେଟ୍ରୋଲ ଦର ନିର୍ଭରଶୀଳ ରହିଥାଏ। ମୂଳ ଦରରେ ବର୍ହି ଶୁଳ୍କ ଏବଂ ଭ୍ୟାଟ୍‌ ଲାଗୁ ପରେ ଏହାର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ। ପୂର୍ବରୁ ପ୍ରତି ଦିନ ତୈଳର ମୂଲ୍ୟ ପରିବର୍ତ୍ତନ ହେଉଥିବା ବେଳେ ବର୍ତ୍ତମାନ ପ୍ରତି ୧୫ ଦିନରେ ଥରେ ମୂଲ୍ୟ ପରିବର୍ତ୍ତନ ହେଉଛି।