ନୂଆଦିଲ୍ଲୀ : ଇରାନ -ଆମେରିକା ଶାନ୍ତି ଚୁକ୍ତି ନେଇ ସହମତିର ଖବର ଆସିବା ପରେ ବିଶ୍ଵ ବଜାରରେ ଖସିଲା ଅଶୋଧିତ ତୈଳ ଦର । ବ୍ୟାରେଲ ପିଛା ୮୪ ଡଲାରକୁ ଖସିଲା । ମାତ୍ର ସୁନା ରେଟ ବଢିଯାଇଛି । ଏବେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ଦେଢଲକ୍ଷ ଟପିଛି । ଏବେ ୧୦ ଗ୍ରାମ ପିଛା ସୁନା ଦର ୨୪ କ୍ୟାରେଟକୁ ୧ ଲକ୍ଷ ୫୧ ହଜାର ରହିଛି । ସେହିପରି ୧ କେଜି ରୂପା ଦର ୨ ଲକ୍ଷ ୮୦ ହଜାର ଟଙ୍କା ଛୁଇଁଲା ।


