ଚିଲିକା : ରାଜ୍ୟରେ ପେଟ୍ରୋଲ – ଡିଜେଲର ଅଭାବ ପରିଲକ୍ଷିତ ହେଉଛି। ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ଲାମ୍ବା ଲାଇନ ଲାଗିଥିବାବେଳେ କିଛି ପେଟ୍ରୋଲ ପମ୍ପ ବନ୍ଦ ହୋଇଥିବାର ଦେଖିବାକୁ ମିଳୁଛି। ତେବେ ତେଲର ଅଭାବ ପାଇଁ ଚିଲିକାରେ ୪୦ ଡଙ୍ଗା ଫସି ରହିଛି । କଣାସ ଅଞ୍ଚଳରେ ୪୦ଟି ଡଙ୍ଗା ସହ ଶତାଧିକ ମତ୍ସ୍ୟଜୀବି ଫସି ରହିଥିବା ସୂଚନା ରହିଛି । ତେଲ ଅଭାବରୁ ଦୟା ନଦୀ ମୁହାଣ କୂଳରେ ଲାଗି ରହିଛି ଏକାଧିକ ଡଙ୍ଗା ।


