Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର
ଆଜିର ଖବର

ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର

May 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର – ଜଣେ ପତିବ୍ରତା ନାରୀ ଭାବରେ ସ୍ୱାମୀ ଦେବଦେବ ମହାଦେବଙ୍କ ସର୍ବମଙ୍ଗଳ କାମନା କରି ସାବିତ୍ରୀ ଓଷା ପାଳନ କଲେ ମା’ ଭଗବତୀ । ସେ ନିଜେ ସକଳ ଶକ୍ତିର ଆଧାର, ଜଗତ ଜନନୀ,ଶକ୍ତିମୟୀ ମଙ୍ଗଳମୟୀ, ସତୀ , ପାର୍ବତୀ, ଦୁର୍ଗା,ଦେବୀ ଭଗବତୀ ଭାବରେ ପୂଜା ପାଉଥିଲେ ମଧ୍ୟ ଉତ୍କଳର ଓଡ଼ିଆ ସଧବା ନାରୀମାନଙ୍କ ପରି ସ୍ୱାମୀଙ୍କ ମଙ୍ଗଳ ନିମନ୍ତେ ପାଳନ କରାଯାଉଥିବା ଏହି ପବିତ୍ର ଓଷା ବ୍ରତକୁ ସେ ନିଜେ ପାଳନ କରୁଥିବା ମାନବୀୟ ଲୀଳା ର ବିଚିତ୍ର ପରମ୍ପରା କେବଳ ମା’ଙ୍କ ପୀଠରେ ହିଁ ଦେଖିବାକୁ ମିଳେ ।

ପ୍ରତ୍ୟୁଷରୁ ଦ୍ୱାରଫିଟା, ମଙ୍ଗଳ ଆଳତୀ, ଅଙ୍ଗରାଗ, ମହାସ୍ନାନ, ବେଶ , ମହାପ୍ରସାଦ ଅର୍ପଣ ପରେ ବଲ୍ଲଭ ଆଳତୀ, ସର୍ବସାଧାରଣ ଦର୍ଶନ, ଦିପହର ଶଂକୁଡ଼ି ଧୂପ ପରେ ପାଳିଆମାଳି ବେଶ ଓଲାଗି କରାଇ ମା’ଙ୍କୁ ତେଲହଳଦୀ ଲଗାଇ ପୁନର୍ବାର ମହାସ୍ନାନ କରାଇ ପୋଖରୀଆକୁ ଧୋପଖାଳ କରିଥିଲେ । ପିତ୍ରାଳୟ ଶ୍ରୀ ଦକ୍ଷ ପ୍ରଜାପତି ମନ୍ଦିରରୁ ଦଣ୍ଡସେଣା ନେଇ ଯାଇଥିବା ପାରମ୍ପରିକ ସାବିତ୍ରୀ ଭାରରେ ଧଳାଶାଢ଼ି, ଚୁଡ଼ି, ସିନ୍ଦୁର , ଅଳତା,କଜ୍ଵଳ ପାନିଆ,ଦର୍ପଣ, ମୁଗ, ଆମ୍ବ, ପଣସ, ନଡ଼ିଆ, ତାଳ , ଖଜୁରୀ,କଦଳୀ,କାକୁଡ଼ି , ସପୁରି, ଆଦି ବିଭିନ୍ନ ଫଳମୂଳକୁ ସଜାଡ଼ିଥିଲେ । ପାଳିଆ ମାଳି ବିଜୟ ନାୟକ ମା’ଙ୍କ ବାପଘରୁ ଆସିଥିବା ଶାଢ଼ି ଚୁଡ଼ି, ସିନ୍ଦୁର, ଅଳତା ପିନ୍ଧାଇ ଅତି ସୁନ୍ଦର ଓଡ଼ିଆଣି ବେଶରେ ବେଶକରି ନାନାଦି ଅଳଙ୍କାର ଓ ପୁଷ୍ପମାଲ୍ୟ ରେ ମଣ୍ଡନ କରିଥିଲେ । ପରେ ପରିଚ୍ଛା ପୂଜକ ସାଆନ୍ତ ପ୍ରକାଶ ମହାପାତ୍ର ମା’ଙ୍କ ପାଖରେ ମୁଗଧୁଆ, ସହିତ ସମସ୍ତ ପ୍ରକାର ଫଳମୂଳ ଠା କରି ଘଣ୍ଟା ଘଣ୍ଟ କାହାଳୀ ହୁଳହୁଳି ବାଦନରେ ମା’ଙ୍କୁ ପଞ୍ଚ ପୋଚ଼ାରରେ ଧୂପ କରି ଆଳତି ବଢ଼ାଇଥିଲେ ।

ଆଜିର ପବିତ୍ର ଦିନରେ ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ସହିତ ନିଜନିଜ ସ୍ୱାମୀମାନଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିବାକୁ ଅଗଣିତ ବ୍ରତଧାରୀ ସଧବା ମା’ମାନଙ୍କ ଭିଡ଼ଦେଖିବାକୁ ମିଳିଥିଲା । ମନ୍ଦିର ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

ମା’ ଭଗବତୀ ସାବିତ୍ରୀ ବ୍ରତ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ

May 16, 2026

ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଆନ୍ଧ୍ର ସରକାର

May 16, 2026

NTA ପାଇଁ ୨ ଯୁଗ୍ମ ନିର୍ଦ୍ଦେଶକ ନିଯୁକ୍ତ

May 16, 2026

ନବମ ଏବଂ ଦଶମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲା CBSE

May 16, 2026
Latest News

ସୋଆରେ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ

May 16, 2026

ସାବିତ୍ରୀ ବ୍ରତ ପାଳିଲେ ମା’ ଭଗବତୀ, ପିତା ଶ୍ରୀ ଦକ୍ଷପ୍ରଜାପତି ପଠାଇଲେ ସାବିତ୍ରୀ ଭାର

May 16, 2026

ଅଧିକ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ଆନ୍ଧ୍ର ସରକାର

May 16, 2026

NTA ପାଇଁ ୨ ଯୁଗ୍ମ ନିର୍ଦ୍ଦେଶକ ନିଯୁକ୍ତ

May 16, 2026

ନବମ ଏବଂ ଦଶମ ଶ୍ରେଣୀ ପାଇଁ ଭାଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲା CBSE

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.