ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଞ୍ଚଟି ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ, ନେଦରଲ୍ୟାଣ୍ଡସ ଗ୍ରସ୍ତ କରିଥିଲେ। ଏହି ଗ୍ରସ୍ତରେ ଦେଶର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ନେଦରଲ୍ୟାଣ୍ଡସ ସହିତ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛି। ଭାରତର ଟାଟା ଗ୍ରୁପ୍ ଏବଂ ନେଦରଲ୍ୟାଣ୍ଡର ASML ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଚୁକ୍ତି ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବ।
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏ ସମ୍ପର୍କରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ରବ ଜେଟେନ୍ ଏବଂ ମୁଁ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ଆଗକୁ ବଢ଼ାଇବା ପାଇଁ ଟାଟା ଗ୍ରୁପ୍ ଏବଂ ASML ମଧ୍ୟରେ ହୋଇଥିବା ଚୁକ୍ତିନାମା ସ୍ୱାକ୍ଷରର ସାକ୍ଷୀ ହୋଇଛୁ। ASML ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ଆଗାମୀ ସେମିକଣ୍ଡକ୍ଟର କାରଖାନାର ପ୍ରତିଷ୍ଠା ଏବଂ ବିସ୍ତାରକୁ ସମର୍ଥନ କରିବ । ଏହି ଅବସରରେ ମୋଦୀ କହିଛନ୍ତି ଯେ, “ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପ୍ରଗତି ଆମ ଯୁବପିଢ଼ି ପାଇଁ ମହାନ ସୁଯୋଗ ଆଣିଦେଉଛି। ଏହା ଏପରି ଏକ କ୍ଷେତ୍ର ଯେଉଁଥିରେ ଆମେ ଭବିଷ୍ୟତରେ ଆହୁରି ଅଧିକ ଗତି ଏବଂ ଶକ୍ତି ଯୋଗ କରିବୁ।”


