ପାଲଲହଡା : ଏନଏଚ କଡରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କଣିହାଁ ବ୍ଲକ ରେଙ୍ଗାଳି ଏନଏଚ ୫୩ ରାସ୍ତାକଡରୁ ମୃତଦେହ ଉଦ୍ଧାର କରାଯାଇଛି । ଏକ ନିମ୍ବଗଛରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ପରିଚୟ ମିଳିପାରିନଥିବାବେଳେ କେହି ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବାର ଅନୁମାନ କରାଯାଉଛି ।


