ଭୁବନେଶ୍ଵର: ଶିକ୍ଷା ବିକାଶ ସମିତି ଅଧୀନରେ ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଗୁଡ଼ିକର ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଭୁବନେଶ୍ୱରଠାରେ ଏନେଇ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ ଅନୁଷ୍ଠିତ ହୋଇଛି। ଆୟୋଜିତ ଉତ୍ସବରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଦେଶ ସ୍ତରର ପ୍ରଥମ ୧୦ଟି ସ୍ଥାନରେ ଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି।
ଏହି ଅବସରରେ ମେଧାବୀ ଛାତ୍ରମାନଙ୍କର କୃତି ସମ୍ବଳିତ ପୁସ୍ତିକା “କୃତିତ୍ଵ ବର୍ଷିକା” ଉନ୍ମୋଚନ ହୋଇଥିଲା। କାର୍ଯ୍ୟକ୍ରମରେ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସଭାପତି ଶ୍ରୀକାନ୍ତ ତରାଇ, ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଦେଶରାଜ ଶର୍ମା ଏବଂ ଶିକ୍ଷା ବିକାଶ ସମିତି ଓଡ଼ିଶାର ସଭାପତି ଡକ୍ଟର କିଶୋରଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।


