Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଆଜିର ଖବର

ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ନରସିଂହପୁର ଉଚ୍ଚ ବିଦ୍ୟାଳୟରେ “ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ” ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଗଦାଧର ବେହୁରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମାଜସେବୀ ଭରତ ରଣସିଂହ, ଶିକ୍ଷାବିତ ଅଶୋକ କୁମାର ଦାଶ, ସମିତିସଭ୍ୟା ଗୀତାଞ୍ଜଳି ସାହୁ, ଏସ.ଏମ.ଡି.ସି. ସଭାପତି ସୁବଳ ଚରଣ ସିଂ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧ୍ରୁବ ଚରଣ ମାର୍ଥା, ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ସଭାପତି ସୁନୀଲ ମହାନ୍ତି, ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା, ବରିଷ୍ଠ ଶିକ୍ଷକ ମାଗିରାମ ମିଶ୍ର, ଶିକ୍ଷକ ଅଜୟ କୁମାର ସାହୁ ଓ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ଅତିଥିମାନେ ଛାତ୍ରବୃତ୍ତିର ଉଦ୍ଦେଶ୍ୟ ଓ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ସି.ଆର.ସି.ସି. ସୁଶୀଲ କୁମାର ରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଶିକ୍ଷାବିତ ଅଶୋକ କୁମାର ଦାଶ ନିଜ ପିତା ମୃତ୍ୟୁଞ୍ଜୟ ଦାଶ ଓ ମାତା ହାରାମଣୀ ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଛାତ୍ରବୃତ୍ତି ପ୍ରଚଳନ କରିଥିବା ବେଳେ, ଏହାକୁ ପ୍ରତିବର୍ଷ ଜାରି ରଖିବା ପାଇଁ ସ୍କୁଲର ଜମା ଖାତାରେ ୧୦ ହଜାର ଟଙ୍କା ଜମା କରିଛନ୍ତି। ଏହି ମୂଳ ଜମାର ସୁଧ ରାଶିରୁ ପ୍ରତିବର୍ଷ ବିଦ୍ୟାଳୟରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ “ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି” ପ୍ରଦାନ କରାଯିବ।

ଚଳିତ ବର୍ଷ ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଇତିଶ୍ରୀ ପରିଡ଼ାଙ୍କୁ ଅତିଥିମାନେ ମାନପତ୍ର, ଉତ୍ତରୀୟ ଓ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କମିଟି ସଦସ୍ୟା ଛବି ଜେନା, ଇତିଶ୍ରୀ ରଣା, ଗାୟତ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

୪୮୫ କିଲୋୱାଟ୍ପି ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଉଦଘାଟନ କଲେ ରାଜ୍ୟପାଳ

June 7, 2026

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026
Latest News

୪୮୫ କିଲୋୱାଟ୍ପି ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଉଦଘାଟନ କଲେ ରାଜ୍ୟପାଳ

June 7, 2026

ଇଣ୍ଡି ମେଣ୍ଟରେ ଅସନ୍ତୋଷର ଝଡ଼: ଜୁନ୍ ୮ ବୈଠକରୁ ଦୂରେଇ ରହିବେ ସିପିଆଇ(ଏମ୍) ଓ ଜେଏମ୍‌ଏମ୍‌, କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ

June 7, 2026

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.