ବଡମ୍ବା: ବଡମ୍ବାଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପତିର ଯୌନାଙ୍ଗ କାଟି ହତ୍ୟା କରିଛି ପତ୍ନୀ। ମିଳିଥିବା ସୂଚନା ଅନୁସାରେ ମୃତକ ଯୁବକ ହେଉଛନ୍ତି ଅଲରା ଗାଁର ମନୋଜ ମଲ୍ଲିକ । ପାରିବାରିକ କଳହର ଏକ ଦୁଃଖଦ ପରିସ୍ଥିତି ଦେଖିବାକୁ ମିଳିଛି। ପିତାଙ୍କ ଅଭିଯୋଗ ଅନୁସାରେ, ଶ୍ବଶୁର ଘର ବଡମ୍ବା କରଡିବନ୍ଧ ଗାଁକୁ ଡାକିଥିଲେ। ସେଠାରେ ତାଙ୍କ ବୋହୂ ଲକ୍ଷ୍ମୀପ୍ରିୟା ରାଉତ ହତ୍ୟା କରିଛନ୍ତି। ଶବକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।


