କାମାକ୍ଷାନଗର : ପରଜଙ୍ଗ ଥାନା ନଉପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ବୋହୁ ଶଶୁର ଉପରକୁ ଗରମ ତେଲ ଫିଙ୍ଗି ଥିବାର ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଶଶୁର ଜଣଙ୍କ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜିକାଲିର ସମାଜରେ ପାରିବାରିକ ବିବାଦ ଏତେ ଚରମ ସ୍ଥିତିରେ ପହଞ୍ଚୁଛି ଯେ ଲୋକେ ନିଜର ନୈତିକତାକୁ ଭୁଲି ଯାଉଛନ୍ତି ।


