ସାନ ଡିଏଗୋ: ଆମେରିକାର ସାନ ଡିଏଗୋସ୍ଥିତ ସର୍ବବୃହତ ମସଜିଦରେ ସୋମବାର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡରେ ତିନି ଜଣ ନିହତ ହୋଇଛନ୍ତି। ପୁଲିସ କହିଛି ଯେ ଦୁଇ ଜଣ କିଶୋର ସନ୍ଦିଗ୍ଧଙ୍କୁ ମଧ୍ୟ ନିପାତ କରାଯାଇଛି ଏବଂ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସାନ ଡିଏଗୋ ପୁଲିସ ମୁଖ୍ୟ ସ୍କଟ୍ ୱାଲ୍ କହିଛନ୍ତି ଯେ ଇସଲାମିକ୍ ସେଣ୍ଟର ଉପରେ ଆକ୍ରମଣକୁ ଅପରାଧ ଭାବ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି। ମୃତକଙ୍କ ମଧ୍ୟରେ ଜଣେ ମସଜିଦ ସୁରକ୍ଷା କର୍ମୀ ମଧ୍ୟ ଅଛନ୍ତି।
ସାନ ଡିଏଗୋର ସ୍ୱତନ୍ତ୍ର ଏଜେଣ୍ଟ ଇନ୍ ଚାର୍ଜ ମାର୍କ ରେମିଲି କହିଛନ୍ତି ଯେ ସାନ ଡିଏଗୋର ଇସଲାମିକ୍ ସେଣ୍ଟର ନିକଟରେ ଏକ ଗାଡ଼ି ଭିତରେ ଦୁଇଜଣ କିଶୋର ସନ୍ଦିଗ୍ଧଙ୍କୁ ପରେ ମୃତ ଅବସ୍ଥାରେ ପାଇଥିଲେ। ସାନ ଡିଏଗୋ ପୋଲିସ ମୁଖ୍ୟ ସ୍କଟ୍ ୱାହଲ୍ କହିଛନ୍ତି ଯେ ୧୭ ଏବଂ ୧୯ ବର୍ଷ ବୟସର ଦୁଇ କିଶୋର ଆତ୍ମଘାତୀ ଗୁଳି ଚାଳନାରୁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୋମବାର ମଧ୍ୟାହ୍ନ ପୂର୍ବରୁ ଗୁଳିକାଣ୍ଡ ଘଟିଥିଲା, ଯାହା ଫଳରେ କମ୍ପ୍ଲେକ୍ସ ଭିତରେ ପ୍ରାର୍ଥନାକାରୀ ଏବଂ ଛାତ୍ରମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ସୁତ୍ର ଅନୁଯାୟୀ, ଆକ୍ରମଣକାରୀମାନେ ଯେଉଁ ଗାଡ଼ିରେ ମୃତ ଅବସ୍ଥାରେ ପାଇଥିଲେ ସେହି ଗାଡ଼ି ଭିତରେ ଇସଲାମ ବିରୋଧୀ ଲେଖା ମିଳିଛି।


