ଭୁବନେଶ୍ୱର : ଖଣ୍ଡଗିରି ଥାନା ସରକନ୍ତରା କୃତ୍ତିବାସ ପରିଜା ଓରଫ ସୋନୁ ହତ୍ୟାକାଣ୍ଡ ମାମଲାରେ ୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ୱର ADJ କୋର୍ଟ। ଦୀର୍ଘ ୧୨ ବର୍ଷ ପରେ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଟଙ୍କା ନେଣଦେଣକୁ ନେଇ ୨୦୧୪ ମସିହାରେ ହୋଇଥିଲା ହତ୍ୟାକାଣ୍ଡ ।
ହତ୍ୟା କରିବା ପରେ ବାଥରୁମରେ କାଟି ଖଣ୍ଡଖଣ୍ଡ କରିଥିଲେ ଅଭିଯୁକ୍ତମାନେ । ୬୦ଟି ପଲିଥିନରେ ମାଂସ ଭର୍ତ୍ତି କରି ରାଜଧାନୀର ଏଣେତେଣେ ଫିଙ୍ଗିଥିଲେ । ମଦ ସହ ଅତି ବୀଭତ୍ସ ଭାବେ ସୋନୁର କଲିଜା ଖାଇଥିଲେ ତିନି ଅଭିଯୁକ୍ତ । ଘଟଣାରେ ସ୍ପେଶାଲ ସ୍କ୍ୱାଡ ତଦନ୍ତ କରି ତିନି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ସଞ୍ଜୟ ଖୁଣ୍ଟିଆ।


