କୋଲକାତା: ଆଜି ସକାଳ ୭ଟାରୁ ପଶ୍ଚିମବଙ୍ଗର ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀରେ ପୁନଃ ମତଦାନ ଆରମ୍ଭ ହୋଇଛି। ବ୍ୟାପକ ଇଭିଏମ୍ ହେରଫେର ଅଭିଯୋଗ ପରେ ଗତ ମାସରେ ବାତିଲ ହୋଇଥିବା ପୁନଃ ମତଦାନ ପାଇଁ ନିର୍ବାଚନ କମିସନ ସୁରକ୍ଷା ବ୍ୟବସ୍ଥାକୁ ପ୍ରାୟ ଦ୍ୱିଗୁଣିତ କରିଛନ୍ତି। ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଏଠାରେ ଇଭିଏମ୍ ହେରଫେର ଓ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଗୋଟିଏ ବୁଥରେ ଇଭିଏମ୍ରେ ବିଜେପି ବଟନ ଉପରେ ଧଳା ଟେପ୍ ଲଗାଯାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ରଦ୍ଦ କରିବା ସହ ସାନି ଭୋଟ ଗ୍ରହଣ କରିବାକୁ ଘୋଷଣା କରିଥିଲେ । ଆସନ୍ତା ୨୪ ତାରିଖରେ ଏହି ଆସନର ଫଳାଫଳ ଘୋଷାଣ ହେବ ।


