ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏନଡିଏ ସରକାର ତା’ର ତୃତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମନ୍ତ୍ରୀ ପରିଷଦ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ଏସୀୟ ସଙ୍କଟ ମଧ୍ୟରେ ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଦେଶରେ ଇନ୍ଧନ ସଙ୍କଟ ଭୟଙ୍କର ପରିସ୍ଥିତି ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ଇନ୍ଧନ ମୂଲ୍ୟର ବୃଦ୍ଧି, ୱାର୍କ ଫ୍ରମ ହୋମ ଆଦି ଉପରେ ଚର୍ଚ୍ଚା ହେବା ନେଇ ଆଶା କରାଯାଉଛି। ଇନ୍ଧନ ଏବଂ ବିଦ୍ୟୁତ୍ ଯୋଗାଣ ସମ୍ପର୍କରେ ଚିନ୍ତା ମଧ୍ୟରେ ଏହି ବୈଠକର ଗୁରୁତ୍ୱ ଆହୁରି ଅଧିକ।
ଏତଦ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ୫ଦିବସୀୟ ଗସ୍ତ ନେଇ ବୈଠକରେ ଚର୍ଚ୍ଚା ହୋଇପାରେ। ଏହି ବୈଠକକୁ ଏକ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ ଭାବରେ ମଧ୍ୟ ଦେଖାଯାଉଛି।


