Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ
ଆଜିର ଖବର

ପୁରୁଣାଗଡ଼ରୁ ମିଳିଲା ଓଡ଼ିଶାର ହଜିଲା ସଭ୍ୟତାର ସନ୍ଧାନ

May 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ପଶ୍ଚିମ ଓଡିଶା ତଥା ଉପର ଏବଂ ମଧ୍ୟ ମହାନଦୀ ଘାଟୀ ଅଂଚଳ ଇତିହାସର ପ୍ରତ୍ୟେକ ସମୟର ସଂସ୍କୃତି ଏବଂ ସଂଭ୍ୟତାକୁ ତାହାର ବକ୍ଷରେ ଧରି ରଖିଛି । ଏହି ସଂସ୍କୃତି ଏବଂ ସଂଭ୍ୟତାର ଚିହ୍ନ ବିଭିନ୍ନ ରୂପରେ ଯଥା ପ୍ରାଗୈତିହାସିକ ଉପକରଣ, ଶୈଳଚିତ୍ର, ପ୍ରାଚୀନ ବସତି ତଥା ମନ୍ଦିର ସ୍ଥାପତ୍ୟଖଣ୍ଡ ରୂପରେ ବିଭିନ୍ନ ଅଂଚଳରେ ପଡ଼ିରହିଛି । ସେହିପରି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢ଼ାଖୋଲ ଅଞ୍ଚଳ ଇତିହାସର ପ୍ରତ୍ୟେକ ଯୁଗର ମୁକ ସାକ୍ଷୀ କିନ୍ତୁ ସଠିକ ସର୍ବେକ୍ଷଣ ଏବଂ ଉତଖନ ଅଭାବରୁ ଏହାର ସମ୍ପୂର୍ଣ ଇତିହାସ ଲୋକଲୋଚନକୁ ଆସିପାରିନଥିଲା । ତେଣୁ ରେଢ଼ାଖୋଲର ଅଜ୍ଞାତ ଇତିହାସକୁ ଲୋକଲୋଚନକୁ ଆଣିବା ଏବଂ ଏହାକୁ ଓଡିଶା ତଥା ଭାରତ ଇତିହାସରେ ସ୍ଥାନ ଦେବା ଲକ୍ଷ୍ୟରେ, ରେଢ଼ାଖୋଲ ଇତିହାସର ପ୍ରାଚୀନତା, ସାଂସ୍କୃତିକ କ୍ରମ ବିକାଶ ଏବଂ ପ୍ରାଚୀନ ନଗରୀକରଣର ପ୍ରମାଣ ପାଇବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ଼ ଅତୁଲ କୁମାର ପ୍ରଧାନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ରେଢ଼ାଖୋଲର ପୁରୁଣାଗଡ଼ର ଉତଖନନ ପାଇଁ ଏକ ପ୍ରସ୍ତାବ ପଠାଇଥିଲେ । ଏହି ପ୍ରସ୍ତାବ ଉପରେ ତର୍ଜମା କରି ଭାରତ ସରକାରଙ୍କ ସଂସ୍କୃତି ବିଭାଗର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ) ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗକୁ ଉତଖନନ ପାଇଁ ଅନୁମତି ପତ୍ର ପ୍ରଦାନ କରିଥିଲେ । ପୁରୁଣାଗଡ଼ରେ ଖନନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ରେଢାଖୋଲ ​​ଅଞ୍ଚଳର ସାଂସ୍କୃତିକ କ୍ରମ ପ୍ରତିଷ୍ଠା କରିବା। ଅତୀତରେ ଏହି ଅଞ୍ଚଳରେ ପ୍ରଚଳିତ ପାରମ୍ପରିକ ଲୁହା-ତରଳାଇବା ପ୍ରଯୁକ୍ତିବିଦ୍ୟା ଏବଂ ଧାତୁ ବିଜ୍ଞାନ ଜ୍ଞାନର ଅଧ୍ୟୟନ କରିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ। ଏହି ଅଂଚଳର ପ୍ରାଚୀନତା ଏବଂ ଏହାର ଉତ୍ପତି ଏବଂ ବିକାଶ ଜାଣିବା ପ୍ରତ୍ନତାତ୍ତ୍ୱିକ ଖନନର ଲକ୍ଷ ବୋଲି ଉତଖନନ ନିର୍ଦେଶକ ଡ଼ ଅତୁଲ କୁମାର ପ୍ରଧାନ କହିଛନ୍ତି । ଏହି ପ୍ରତ୍ନତାତ୍ତ୍ୱିକ ଉତଖନନ ଶିବିରରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସହିତ ଓଡିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟର ଗବେଷକମାନେ ଉପସ୍ଥିତ ଥିଲେ ।

ପ୍ରତ୍ନତାତ୍ତ୍ୱିକ ଉତଖନନ ଶିବିର ହଜିଲା ସଭ୍ୟତାର ସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026
Latest News

ସୁନ୍ଦରଗଡ଼ PNB ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଳିଗଲା କାଗଜପତ୍ର ଓ ଆସବାବପତ୍ର

October 5, 2026

ଜମି ବିବାଦରୁ ଭୟଙ୍କର କାଣ୍ଡ: ଭାଇ ହାତରେ ଭାଇ ହତ୍ୟା, କାଠ ଫାଳିଆରେ ଆକ୍ରମଣ

October 5, 2026

ଭିଜିଲାନ୍ସ ପଞ୍ଝାରେ ପୂର୍ତ୍ତ ବିଭାଗ ଏସଡିଓ ଅରବିନ୍ଦ ମହାନ୍ତି

October 5, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.