Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର
ଆଜିର ଖବର

ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର

May 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର
ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର

ବାଲୁଗାଁ: କ୍ରିକେଟ ଖେଳ ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିବା ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀ ତଥା ବାଲୁଗାଁ-ବାଣପୁର ଅଞ୍ଚଳରେ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ବର୍ତ୍ତମାନର ମୋବାଇଲ ଯୁଗରେ ଯୁବପିଢିମାନଙ୍କ ମଧ୍ୟରେ ଶାରୀରିକ ଖେଳ ପ୍ରତି ଆଗ୍ରହ ହ୍ରାସ ପାଉଥିବା ବେଳେ ପିଲାମାନେ ଘରେ ବସି ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି। ଯାହା ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି। ଅଭିଭାବକମାନଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଛୋଟ ଛୋଟ ପିଲାମାନେ ଏବେ ମେଦବହୁଳତା, ରକ୍ତଚାପର ଶିକାର ହେଉଥିବା ଦେଖିବାକୁ ମିଳୁଛି। ତେଣୁ ସୁସ୍ଥ ସମାଜ ଗଢିବା ଉଦ୍ଦେଶ୍ୟରେ ଚିଲିକାର ପୁରୁଖା ଅଭିଜ୍ଞ ଖେଳାଳିମାନଙ୍କ ଦ୍ଵାରା ପ୍ରଚାର ପ୍ରସାର କରାଯାଉଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଖେଳାଳିମାନେ ବ୍ୟାଟ ବଲ ଧରି ପଡିଆକୁ ଓହ୍ଲାଇ ସମାଜକୁ ଏକ ବଡ଼ ମେସେଜ ଦେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଚିଲିକାର ଲିଜେଣ୍ଡ୍ସମାନଙ୍କୁ ନେଇ ରବିବାର ଦିନ ମଠପୁର ଗ୍ରାମର ଷ୍ଟାର କ୍ଲବ ଆନୁକୁଲ୍ୟରେ ଏକ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଲିଜେଣ୍ଡ୍ସ ବନାମ ବାଣପୁର ଲିଜେଣ୍ଡ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚକର ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବାଲୁଗାଁ ଲିଜେଣ୍ଡ୍ସ ମାତ୍ର ୪ ରନରେ ବାଣପୁର ଲିଜେଣ୍ଡ୍ସକୁ ପରାସ୍ତ କରିଥିଲା।

ପ୍ରଥମେ ବ୍ୟାଟିଂ କରି ବାଲୁଗାଁ ଲିଜେଣ୍ଡ୍ସ ନିର୍ଦ୍ଧାରିତ ୧୫ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୧୯୪ ରନ କରିଥିଲା। ବାଲୁଗାଁ ପକ୍ଷରୁ ବାସୁଦେବ ପ୍ରଧାନ ୯୩ ରନ (୮ ଟି ଛକା, ୫ ଟି ଚୌକା) ସଂଗ୍ରହ କରିଥିବା ବେଳେ ସ୍ଵାଧୀନ ପାଇକରାୟ ୮୦ (୫ ଛକା, ୭ ଚୌକା) ରନ କରିଥିଲେ।

ଜବାବରେ ବାଣପୁର ଲିଜେଣ୍ଡ୍ସ ନିର୍ଦ୍ଧାରିତ ୧୫ ଓଭରରେ ୪ ୱିକେଟ ହରାଇ ୧୯୦ ରନ କରିପାରିଥିଲା। ବାଣପୁର ପକ୍ଷରୁ ବିସ୍ଫୋରକ ବ୍ୟାଟର ଜଲୁ ୩୧ ବଲରେ ୧୩ ଟି ଛକା ଓ ୨ ଟି ଚୌକା ସହାୟତାରେ ୧୦୪ ରନ କରିଥିଲେ। ସେହିଭଳି ସଞ୍ଜୟ ନାୟକ ୨ ଛକା ଓ ୨ ଟି ଚୌକା ସହାୟତାରେ ୩୨ ରନ ଏବଂ ମିଟୁ ୩୦ ରନ କରିଥିଲେ। ଏହିପରି ବାଣପୁର ଲିଜେଣ୍ଡ୍ସ ଦଳ ୪ ରନ ବ୍ୟବଧାନରେ ବାଲୁଗାଁ ଲିଜେଣ୍ଡ୍ସ ଠାରୁ ପରାସ୍ତ ହୋଇଥିଲା।

ତେବେ ଏହି ସିରିଜର ଦ୍ଵିତୀୟ ମ୍ୟାଚ ଆସନ୍ତା ମାସ ୭ ତାରିଖରେ ବାଣପୁରସ୍ଥିତ ଐତିହାସିକ ପଡିଆ ପଲଟଣରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।

ଚିଲିକା ନିର୍ବାଚନ ମଣ୍ଡଳୀ ଜଲୁଙ୍କ ଶତକୀୟ ପାଳି ବାଲୁଗାଁ ଲିଜେଣ୍ଡ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ ଲିଷ୍ଟ: ମନୋନୀତ ହାର ପ୍ରାୟ ୯୩.୦୪%

July 9, 2026

ଆଜି ଜୁଲାଇ ୯ ତାରିଖ ଗୁରୁବାରରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଦୟ

July 9, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

July 8, 2026
Latest News

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ମେରିଟ ଲିଷ୍ଟ: ମନୋନୀତ ହାର ପ୍ରାୟ ୯୩.୦୪%

July 9, 2026

ଆଜି ଜୁଲାଇ ୯ ତାରିଖ ଗୁରୁବାରରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଦୟ

July 9, 2026

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପ୍ରଥମ ପର୍ଯ୍ୟାୟରେ ହେବ ୨୨୦୦ଟି ସ୍କୁଲ,ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

July 8, 2026

ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି

July 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.