Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାର୍ଥକ-ପିଡିଏସ୍‌ ବ୍ୟାପକ ଯୋଜନା ଅଧୀନରେ ଦୁଇଟି ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି
ଆଜିର ଖବର

ସାର୍ଥକ-ପିଡିଏସ୍‌ ବ୍ୟାପକ ଯୋଜନା ଅଧୀନରେ ଦୁଇଟି ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

May 27, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ସାର୍ଥକ-ପିଡିଏସ୍‌ ବ୍ୟାପକ ଯୋଜନା ଅଧୀନରେ ଦୁଇଟି ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି
ସାର୍ଥକ-ପିଡିଏସ୍‌ ବ୍ୟାପକ ଯୋଜନା ଅଧୀନରେ ଦୁଇଟି ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ‘‘ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା-ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟ ଆୟ’’ (ସାର୍ଥକ-ପିଡିଏସ୍) ଯୋଜନାକୁ ଏକ ବ୍ୟାପକ ଯୋଜନା ଭାବେ ଜାରି ରଖିବା ଲାଗି ମଞ୍ଜୁରି ପ୍ରଦାନ କରିଛନ୍ତି। ଷୋଡ଼ଶ ଅର୍ଥ ଆୟୋଗଙ୍କ ଆବଣ୍ଟନ ଅବଧିରେ କେନ୍ଦ୍ର ସରକାରଙ୍କ ତରଫରୁ ୨୫,୫୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ୱାରା ଆନ୍ତଃରାଜ୍ୟ ପରିବହନ ଓ ଖାଦ୍ୟ ଶସ୍ୟ ପରିଚାଳନା ଏବଂ ଏଫପିଏସ ଡିଲରମାନଙ୍କ ମାର୍ଜିନ୍ ଉପରେ ହେଉଥିବା ଖର୍ଚ୍ଚକୁ ପୂରଣ କରିବା ତଥା କେନ୍ଦ୍ରୀୟ ସହାୟତାର ବର୍ତ୍ତମାନର ପାଣ୍ଠି ଢାଞ୍ଚାକୁ ଜାରି ରଖିବା ଲାଗି ସିସିଇଏ ମଧ୍ୟ କେନ୍ଦ୍ରୀୟ ସହାୟତାର ମାନଦଣ୍ଡକୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି।

ଏହି ଯୋଜନାର ପରିକଳ୍ପନା ଏକ ବ୍ୟାପକ ଯୋଜନା ରୂପରେ କରାଯାଇଛି ଯାହା ନିମ୍ନ ଲିଖିତ ଦୁଇଟି ବର୍ତ୍ତମାନର ଯୋଜନାକୁ ଏକୀକୃତ କରିଥାଏ। ଏହି ଯୋଜନା ଦୁଇଟି ହେଲା – (୧) ଏନଏଫଏସଏ ଅଧୀନରେ ରାଜ୍ୟ ଏଜେନ୍ସିଗୁଡ଼ିକୁ ଖାଦ୍ୟଶସ୍ୟର ଆନ୍ତଃରାଜ୍ୟ ପରିବହନ ଏବଂ ଏଫପିଏସ ଡିଲରମାନଙ୍କୁ ମାର୍ଜିନ ପାଇଁ ସହାୟତା ଏବଂ (୨) ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆଧୁନିକୀକରଣ ଏବଂ ସଂସ୍କାର ପାଇଁ ଯୋଜନା (ସ୍ମାର୍ଟ ପିଡିଏସ)। ଏହାଦ୍ଵାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ (ଏନଏଫଏସଏ) ର କାର୍ଯ୍ୟକାରିତାକୁ ବ୍ୟାପକ ଭାବରେ ସୁଦୃଢ଼ ​​କରାଯାଇପାରିବ।

ସାର୍ଥକ-ପିଡିଏସ୍ ଯୋଜନାର ଲକ୍ଷ୍ୟ ହେଉଛି (କ) ଆନ୍ତଃରାଜ୍ୟ ଗତିବିଧି, ପରିଚାଳନା ଏବଂ ଏଫପିଏସ୍ ଡିଲର ମାର୍ଜିନ୍ ପାଇଁ ନିଶ୍ଚିତ ଆର୍ଥିକ ସହାୟତା ପ୍ରଦାନ କରିବା, ଏବଂ (ଖ) ଏକ ସମନ୍ୱିତ, ନାଗରିକ-କୈନ୍ଦ୍ରିକ, ବୁଦ୍ଧିମତ୍ତାପୂର୍ଣ୍ଣ ଏବଂ ଆନ୍ତଃପରିଚାଳିତ ପିଡିଏସ୍ ଢାଞ୍ଚା ପ୍ରଦାନ କରିବା। ଏହା ଶେଷ ମାଇଲ୍ ବିତରଣକୁ ସୁନିଶ୍ଚିତ କରିବ, ବାଟମାରଣା ହ୍ରାସ କରିବ ଏବଂ ଏନଏଫଏସଏ ଅଧୀନରେ ଖାଦ୍ୟ ସୁରକ୍ଷା ପ୍ରତି ଦେଶର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରିବ। ଏହି ସମନ୍ୱିତ ଯୋଜନା ୩୧ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ ଜାରି ରହିବ ।

ସାର୍ଥକ-ପିଡିଏସ୍ ଯୋଜନାର ଲକ୍ଷ୍ୟ ହେଉଛି କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ମେସିନ୍ ଲର୍ଣ୍ଣିଂ (ଏମଏଲ), ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ (ଏନଏଲପି), ଏବଂ ବ୍ଲକଚେନ୍ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପିଡିଏସ କାର୍ଯ୍ୟଗୁଡ଼ିକୁ ଆଧୁନିକୀକରଣ, ସମନ୍ୱିତ ଏବଂ ବୁଦ୍ଧିମତ୍ତାପୂର୍ବକ ଅନୁକୂଳ କରିବା। ଏଥିରେ ତତ୍‌କ୍ଷଣାତ୍‌ ନିରୀକ୍ଷଣ ପାଇଁ ମାନକୀକୃତ ଢାଞ୍ଚା ଏବଂ ସମନ୍ୱିତ ଡାଟାବେସ୍, ଏକ ଏଆଇ-ଚାଳିତ ଅଭିଯୋଗ ଓ ବିଶ୍ଳେଷଣ ପ୍ରଣାଳୀ, ତଥ୍ୟ-ଚାଳିତ ତଦାରଖ ନିମନ୍ତେ ରାଜ୍ୟ କମାଣ୍ଡ ନିୟନ୍ତ୍ରଣ କେନ୍ଦ୍ର ତଥା ପିଡିଏସ କାର୍ଯ୍ୟରେ ସ୍ୱଚ୍ଛତା, ସୁରକ୍ଷା ଓ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ଆଇଏସଓ-ପ୍ରମାଣିତ ପ୍ରକ୍ରିୟାକରଣ ଭିତ୍ତିଭୂମି ଅନ୍ତର୍ଭୁକ୍ତ।

ଭାରତ ସରକାରଙ୍କର ନାଗରିକମାନଙ୍କ ପ୍ରତି ଏକ ସାମାଜିକ ଏବଂ ଆଇନଗତ ପ୍ରତିବଦ୍ଧତା ରହିଛି। ନାଗରିକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଗୁଣାତ୍ମକ ଖାଦ୍ୟଶସ୍ୟ ଉପଲବ୍ଧ କରାଇ ସେମାନଙ୍କୁ ସମ୍ମାନର ସହିତ ଜୀବନଯାପନ ସୁନିଶ୍ଚିତ କରିବା ଲାଗି ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ସହାୟତା ଅଧୀନରେ ଆସୁଥିବା ୮୧ କୋଟି ୩୫ ଲକ୍ଷ ଲୋକଙ୍କ ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତା ପୂରଣ କରିବା ଦିଗରେ କାର୍ଯ୍ୟ କରିବ। ବୈଧାନିକ ଏବଂ ନୀତିଗତ ଢାଞ୍ଚା ଉପରେ ଆଧାରିତ, ସାର୍ଥକ-ପିଡିଏସ ଯୋଜନା ଆର୍ଥିକ ସହାୟତା ଉପାଦାନକୁ ବଜାୟ ରଖେ, ଏହାକୁ ସୁବ୍ୟବସ୍ଥିତ କରେ ଏବଂ ଏକ ଆଧୁନିକ, ପ୍ରଯୁକ୍ତିବିଦ୍ୟା-ଆଧାରିତ ପିଡିଏସ ବ୍ୟବସ୍ଥା ରୂପେ ଏହାକୁ ସୁନିୟୋଜିତ କରିଥାଏ।

ଗତ ଦଶନ୍ଧି ମଧ୍ୟରେ ସରକାର ଅନେକ ଡିଜିଟାଇଜେସନ୍ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। ଟିପିଡିଏସର ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ସହିତ ପିଡିଏସର ସମନ୍ୱିତ ପରିଚାଳନା କରାଯାଉଛି। ଏହାସହିତ ସ୍ମାର୍ଟ ପିଡିଏସ ସହିତ ମେରା ରାସନ, ଅନ୍ନ ମିତ୍ର, ରାଇଟଫୁଲ୍‌ ଟାର୍ଗେଟିଂ ଡ୍ୟାସବୋର୍ଡ ଏବଂ ଅନ୍ନ ସହାୟତା ଭଳି ନାଗରିକ-କୈନ୍ଦ୍ରିକ ପଦକ୍ଷେପ ନିଆଯାଇଛି। ୧ ଏପ୍ରିଲ୍, ୨୦୨୩ ଠାରୁ ସ୍ମାର୍ଟ ପିଡିଏସ୍ ଯୋଜନା ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରାସନ କାର୍ଡର ସମ୍ପୂର୍ଣ୍ଣ ଡିଜିଟାଲକରଣ, ଆଧାର ସିଡିଂ, ଇ-ପିଓଏସ ମାଧ୍ୟମରେ ଏଫପିଏସ୍ ସ୍ୱୟଂଚାଳିତକରଣ, ଅନଲାଇନ୍ ଆବଣ୍ଟନ ଏବଂ କମ୍ପ୍ୟୁଟରାଇଜଡ୍ ଯୋଗାଣ-ଶୃଙ୍ଖଳ ପରିଚାଳନାକୁ ସକ୍ଷମ କରି ପ୍ରଯୁକ୍ତିବିଦ୍ୟା-ଆଧାରିତ ସଂସ୍କାରର ମୂଳଦୁଆ ଭାବରେ କାର୍ଯ୍ୟ କରିଛି।

କ୍ୟାବିନେଟ୍ ମଞ୍ଜୁରି ନରେନ୍ଦ୍ର ମୋଦୀ ସାର୍ଥକ-ପିଡିଏସ୍‌ ବ୍ୟାପକ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026
Latest News

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026

ରାଉରକେଲାରେ ଡବଲ୍ ଏନକାଉଣ୍ଟର

June 20, 2026

୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏହି ୮ ଖେଳାଳି ନିଶ୍ଚିତ!: ଜାଣନ୍ତୁ ତାଲିକା

June 20, 2026

ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସିକିଲ ସେଲ ସଚେତନତା ଦିବସ ପାଳିତ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.