ଭୁବନେଶ୍ଵର: ଭୁବନେଶ୍ୱରରେ ଗ୍ଲୋବାଲ୍ ମେନଷ୍ଟ୍ରୁଆଲ୍ ହାଇଜିନ୍ ଡେ–୨୦୨୬ ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଇନା ନେତୃତ୍ୱାଧୀନ ଓଡିଶା ମେନଷ୍ଟ୍ରୁଆଲ୍ ହେଲଥ୍ ଆଣ୍ଡ ହାଇଜିନ୍ ଆଲାଏନ୍ସ ଏବଂ ୟୁନିସେଫ ଓଡ଼ିଶାର ମିଳିତ ସହଯୋଗରେ “ଏକତ୍ର ଆଗେଇବା: ମୌଳିକ ଅଧିକାର ଭାବେ ଋତୁସ୍ରାବ ସ୍ୱାସ୍ଥ୍ୟର ପରିବର୍ତ୍ତନ” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଯୋଗଦେଇ ଶିଶୁ ଓ କିଶୋରୀଙ୍କ ସୁସ୍ଥତା ଓ ମର୍ଯ୍ୟାଦା ସୁରକ୍ଷାରେ ଋତୁସ୍ରାବ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ମତ ରଖିଥିଲେ।
ସମ୍ମିଳନୀରେ ୟୁନିସେଫ ଓଡ଼ିଶା ମୁଖ୍ୟ ପ୍ରଶାନ୍ତ କୁମାର ଦାଶ, ଏଡିଜି ପୋଲିସ ଏସ୍ ସାଇନି,ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପାଦ କର୍ମାଲକର ଏବଂ ଜିନ୍ଦଲ ଗ୍ଲୋବାଲ ଲ’ ସ୍କୁଲର ପ୍ରଫେସର ସୌମ୍ୟା ଉମା ଯୋଗଦେଇ ଅଧିକାରଭିତ୍ତିକ ଦୃଷ୍ଟିକୋଣରୁ ଋତୁସ୍ରାବ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସାମାଜିକ ସଂଗଠନ, ଯୁବ ପ୍ରତିନିଧି ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ।


