Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା
ଆଜିର ଖବର

ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

May 28, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା
ଭୁବନେଶ୍ୱର: ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୂଡ଼ାନ୍ତ ତାଲିକାରୁ ଶୂନ୍ୟଥିବା ପଦବୀରେ ସରକାର ତୁରନ୍ତ ପ୍ରଧାନ ଶିକ୍ଷକ ନିଯୁକ୍ତି କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।
ସୂଚନାଥାଉକି, ଓଡ଼ିଶାରେ ୨୬୦୦ ରୁ ଊର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡ଼ିଛି। ଏହି ବିଦ୍ୟାଳୟ ଗୁଡ଼ିକରେ ପ୍ରଧାନଶିକ୍ଷକ ନଥିବାରୁ ବିଦ୍ୟାଳୟ ଗୁଡ଼ିକରେ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇପାରୁ ନାହିଁ, ଯାହାଫଳରେ ପିଲାମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହିତ ରେଜଲ୍ଟ ହାର ମଧ୍ୟ କମିଛି। ଯେହେତୁ ପ୍ରଧାନଶିକ୍ଷକ ନାହାଁନ୍ତି ବରିଷ୍ଠ ସହକାରୀ ଶିକ୍ଷକ ମାନେ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିଛନ୍ତି। ସେମାନେ ନିଜର ପାଠ ପଢ଼ା ସହ ବିଦ୍ୟାଳୟକୁ ସରକାରଙ୍କ ତରଫରୁ ଆସୁଥିବା ଅନେକ ଚିଠି ପତ୍ରର ଉତ୍ତର ଦେବା ଯୋଗୁଁ ସେମାନଙ୍କର ପାଠପଢ଼ାରେ ବ୍ୟାଘାତ ଘଟୁଛି। ସ୍ଥଳ ବିଶେଷରେ କେତେକ ବିଦ୍ୟାଳୟରେ ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କୁ ଅନ୍ୟ ସହକାରୀ ଶିକ୍ଷକମାନେ ମାନୁ ନାହାଁନ୍ତି। ଏହା ସହ ଅନେକ ବିଦ୍ୟାଳୟରେ ବହୁ ସହକାରୀ ଶିକ୍ଷକ ପଦବୀ ମଧ୍ୟ ଖାଲି ହୋଇଗଲାଣି। ସରକାର ନୂତନ ନିଯୁକ୍ତି ମାଧ୍ୟମରେ ଶିକ୍ଷକ ପଦବୀ ପୂରଣ କରିଥିଲେ ମଧ୍ୟ ଆହୁରି ଅନେକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପଦବୀ ଖାଲି ପଡ଼ିଛି ଏବଂ ତାହା ସମ୍ପୂର୍ଣ୍ଣ ଭାବରେ ପୂରଣ ହୋଇପାରି ନାହିଁ।
ସରକାର ପ୍ରଧାନଶିକ୍ଷକ ପଦବୀ ପୂରଣ ଦିଗରେ ନେଇଥିବା ପଦକ୍ଷେପ ସ୍ୱାଗତ ଯୋଗ୍ୟ । କିନ୍ତୁ ୨୩,୩୮୩ ସହକାରୀ ଶିକ୍ଷକ ମାନଙ୍କର କ୍ୟାଡର ପ୍ରସ୍ତୁତ କରିବା ପାଇଁ ସରକାର ଯେଉଁ ଐତିହାସିକ ପଦକ୍ଷେପ ନେଇଥିଲେ ତାହା କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଯଥାଶୀଘ୍ର ସରକାରୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ପୂରଣ ନହେଲେ ଆଉକିଛି ଦିନ ପରେ ଯେତେବେଳେ ଏହି ବିଦ୍ୟାଳୟ ଗୁଡ଼ିକ ଖୋଲିଯିବ ସେତେବେଳେ ମଧ୍ୟ ପୂର୍ବପରି ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବ। ବିଦ୍ୟାଳୟର ଅନୁଶାସନ ସଠିକ୍ ଭାବରେ ଚାଲିପାରିବ ନାହିଁ। ରାଜ୍ୟର ମୋଟ୍ ୮ ହଜାରରୁ ଊର୍ଦ୍ଧ୍ୱ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୪ ହଜାରରୁ ଅଧିକ ବିଦ୍ୟାଳୟ ସରକାରୀ ଅଟନ୍ତି। ତନ୍ମଧ୍ୟରୁ ଅର୍ଦ୍ଧାଧିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେଥିରୁ ଯାହା ଶୁଣିବାକୁ ମିଳୁଛି ସରକାର ପାଖାପାଖି ୨୫୦୦ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବାକୁ ବ୍ୟବସ୍ଥା କରୁଛନ୍ତି। ସେଥିରେ ୬୦% ସାଧାରଣ ବର୍ଗ ଏବଂ ୪୦% ପ୍ରତିଶତ ତଫସିଲ ଭୁକ୍ତ ଜାତି ଏବଂ ତଫସିଲ ଭୁକ୍ତ ଉପଜାତି ବର୍ଗର ଶିକ୍ଷକମାନଙ୍କୁ ସାମିଲ କରାଯିବ।
କିନ୍ତୁ ବର୍ତ୍ତମାନ ଯାହା ଲକ୍ଷ୍ୟ କରାଯାଉଛି ପ୍ରଧାନଶିକ୍ଷକ ନିଯୁକ୍ତି ନିମନ୍ତେ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଜନଗଣନାକୁ ଆଖିଆଗରେ ରଖି ସରକାର କ୍ୟାଡ଼ରଭୁକ୍ତ ପ୍ରଧାନଶିକ୍ଷକ ନିଯୁକ୍ତିକୁ ବିଳମ୍ବ କରିବା ପାଇଁ ଯେଉଁ ମସୁଧା ଚଳାଇଛନ୍ତି ସେଥିରୁ ନିବୃତ୍ତ ରୁହନ୍ତୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ରାଜ୍ୟର ଏକ ଜନପ୍ରିୟ ସରକାର ତାଙ୍କର ଅଧିକାରୀ ମାନଙ୍କ ଦ୍ୱାରା ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଯଥାଶିଘ୍ର ପୂରଣ କରିବା ଦିଗରେ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ ମହୋଦୟଙ୍କୁ ସଂଗଠନ ତରଫରୁ ଅନୁରୋଧ କରାଯାଇଛି। ଯଦି ଏଥିରେ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କରି ଆଉ ଅଧିକ ବିଳମ୍ବ କରନ୍ତି ତା’ର ପ୍ରଭାବ ବିଦ୍ୟାଳୟ ଓ ଛାତ୍ରଛାତ୍ରୀମାନଙ୍କ ଉପରେ ସିଧାସଳଖ ପଡ଼ିବ ଯାହା ଶିକ୍ଷାବିତ୍‌, ବୁଦ୍ଧିଜୀବୀଙ୍କ ମହଲରେ ଜନଅସନ୍ତୋଷ ସୃଷ୍ଟି କରିବ।
ଏଠାରେ କହିରଖୁକି, ପ୍ରତି ମାସରେ ଅନେକ ଶିକ୍ଷକ ଅବସର ନେଉଛନ୍ତି ଯେଉଁମାନେ ପ୍ରଧାନଶିକ୍ଷକ ହେବାରୁ ବଞ୍ଚିତ ହେବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ସେନସସ୍ କଥାକୁ ନେଇ ସରକାର ଯେଉଁ ଆଳ ଦେଖାଉଛନ୍ତି ବି.ଏଲ.ଓ. ବା ସୁପରଭାଇଜରଙ୍କ ସଂଖ୍ୟା ଅତି ବେଶୀରେ  ଶହେ ଜଣଙ୍କ ଭିତରେ ସୀମିତ ହୋଇପାରେ ଏବଂ ତାହା ପ୍ରଧାନଶିକ୍ଷକ ପଦବୀ ପୂରଣ କରିବା ନିମନ୍ତେ ବାଧକ ନୁହେଁ। ତେଣୁ ଆବଶ୍ୟକ ପଡ଼ିଲେ ଯେଉଁମାନେ ପ୍ରଧାନଶିକ୍ଷକ ପଦବୀରେ ରହିବେ ସେମାନେ ବି.ଏଲ.ଓ. ଟ୍ରେନିଂ ନେଇ ସେହି କାମ କରିପାରିବେ କାରଣ ସେମାନେ ଏହି କାମ କରିବା ନିମନ୍ତେ ପୂର୍ବରୁ ମଧ୍ୟ କିଛି କିଛି ଅଭିଜ୍ଞତା ହାସଲ କରିଛନ୍ତି। ତେଣୁ ଏହାକୁ ଆଳ କରି ଆଉ ଅଧିକ କାଳ ବିଳମ୍ବ ନକରି ମାନ୍ୟବର ମନ୍ତ୍ରୀ, ସଚିବ ଏବଂ ନିର୍ଦ୍ଦେଶକ ମହୋଦୟ ପ୍ରଧାନଶିକ୍ଷକ ପଦବୀ ପୂରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଓଷ୍ଟା ପକ୍ଷରୁ ଅନୁରୋଧ କରାଯାଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଖାଲିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଏଥିପାଇଁ ଆଗାମୀ ଦିନରେ ଯେଉଁ ଜନ ଅସନ୍ତୋଷ ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ଓ ଶିକ୍ଷାପ୍ରଦୀପ ସମ୍ପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୃଢ଼ ଚେତାବନୀ ଦେଇଛନ୍ତି।
ଓଷ୍ଟା ପ୍ରଧାନଶିକ୍ଷକ ପଦବୀ ସରକାରୀ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଝାଡ଼ଖଣ୍ଡରେ ନୂଆ ରାଜନୈତିକ ସମୀକରଣ! କଂଗ୍ରେସ-ବିଜେପି ବିନା ସରକାର ଗଠନ ପାଇଁ ହେମନ୍ତଙ୍କୁ ସରୟୁ ରାୟଙ୍କ ଫର୍ମୁଲା

June 19, 2026

ଦୁଇ ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ଵ

June 19, 2026

ଭୁବନେଶ୍ୱରରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କ ସହ ବଚସା ପରେ ଆତ୍ମହତ୍ୟା ଉଦ୍ୟମ

June 18, 2026

ଦୁଷ୍କର୍ମ ଅଭିଯୋଗ ପରେ ହଟିଲେ ଆଇଆଇସି

June 18, 2026
Latest News

ଝାଡ଼ଖଣ୍ଡରେ ନୂଆ ରାଜନୈତିକ ସମୀକରଣ! କଂଗ୍ରେସ-ବିଜେପି ବିନା ସରକାର ଗଠନ ପାଇଁ ହେମନ୍ତଙ୍କୁ ସରୟୁ ରାୟଙ୍କ ଫର୍ମୁଲା

June 19, 2026

ଦୁଇ ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ଵ

June 19, 2026

ଭୁବନେଶ୍ୱରରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କ ସହ ବଚସା ପରେ ଆତ୍ମହତ୍ୟା ଉଦ୍ୟମ

June 18, 2026

ଦୁଷ୍କର୍ମ ଅଭିଯୋଗ ପରେ ହଟିଲେ ଆଇଆଇସି

June 18, 2026

ଘୁଞ୍ଚିଲା ଆରଆଇ ପରୀକ୍ଷା

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.