ନୂଆଦିଲ୍ଲୀ : ଏଥର ଓଡିଶାରେ କମ ବର୍ଷା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନେଇ ହୋଇଥିବା ଆଇଏମଡ଼ିର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏଥର ଜୁନ ରୁ ସେପ୍ଟେମ୍ବର ମଧ୍ୟ ସ୍ଵାଭାବିକ ଠାରୁ କମ ବର୍ଷା ହେବ । ଜୁନରେ ସ୍ଵାଭାବିକ ଠାରୁ ୯୨ ପ୍ରତିଶତ ବର୍ଷା କମ ହେବ । ଦେଶର ମଧ୍ୟ ଭାଗରେ ମଧ୍ୟ ୯୪% କମ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏବେ ଏଲ ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖାଯାଉଛି । ଓଡିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟୱେଭ ସତର୍କତା ଜାରି ହୋଇଛି ।


