ଭୁବନେଶ୍ବର : ଆୟୁଷ୍ମାନ କାର୍ଡକୁ ନେଇ ବଡ ଅପଡେଟ । ରୋଗୀ ଆଡମିଟ ହେବାର ୩ ଦିନ ପୂର୍ବରୁ ଟେଷ୍ଟ ହେଲେ ତାହା ଆୟୂଷ୍ମାନ ପ୍ୟାକେଜରୁ ବହନ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଗାଇଡ୍ଲାଇନ୍ ଅମାନ୍ୟ କଲେ ସମ୍ପୃକ୍ତ ହସ୍ପିଟାଲ୍ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ। ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବୈଠକରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ଏହି ବୈଠକରେ ଯୋଜନା ଅଧୀନରେ ରୋଗୀମାନଙ୍କୁ ଗୁଣାତ୍ମକ ଏବଂ କ୍ୟାଶଲେସ୍ ଚିକିତ୍ସା ସେବା ନିଶ୍ଚିତ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।


