ବ୍ରହ୍ମପୁର: ବ୍ରହ୍ମପୁରରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ପୋଲିସ ଏନକାଉଣ୍ଟର କରିଲେ ମଧ୍ୟ ସେଠାରେ ଅପରାଧ ଥମିବାର ନାଁ ନେଉନାହିଁ । ଆଜି ପୁଣି ବ୍ରହ୍ମପୁରରେ ଯୁବକଙ୍କୁ ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି । ଗୁରୁତର ଆହତ ହୋଇଥିବା ଯୁବକ ମିଟୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବୈଦ୍ୟନାଥପୁର କୁମ୍ଭାରପଲ୍ଲୀ ନିକଟରେ ଛୁରାମାଡ ହୋଇଛି । ଆକ୍ରମଣ ପରେ ଦୁବୁର୍ତ୍ତ ଫେରାର ଅଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।


