ବାଣପୁର: ଜନ୍ମମାଟି ଦେଓଗାଁରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ପାଳିତ ହୋଇଯାଇଛି। ଗାଁର ଗ୍ରାମ ଦେବତୀ ମା ଶୁଳିଆ ଦେବୀଙ୍କ ପୀଠରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ପ୍ରତିମୂର୍ତ୍ତି ସ୍ଥଳରେ ପହଞ୍ଚିଥିଲା। ଏହାପରେ ଡା. ସୁରେନ୍ଦ୍ର ନାଥ ଦାସଙ୍କ ଦ୍ୱାରା ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ଏହି ଭବ୍ୟ ଉତ୍ସବ ପାଇଁ ସଂପୂର୍ଣ୍ଣ ଦେଓଗାଁ ଗ୍ରାମ ଉତ୍ସବ ମୁଖରିତ ହୋଇଥିଲା ଓ ଗ୍ରାମବାସୀ ସହଯୋଗରେ ଏହି ଉତ୍ସବ ସମାପନ ହୋଇଥିଲା।
ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗୋଦାବରୀଶ ଜେନା, ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ଦାୟାଦ ସଂଜୀବ
କୁମାର ପାଟ୍ଟଶାଣୀ, ଭିକାରି ଛାଟୋଇ, ପୂର୍ଣ୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ, ରଘୁନାଥ ଜେନା, ବସନ୍ତ ପ୍ରଧାନ, ରଂଜିତ ବଡ଼ଜେନା, ଅନନ୍ତ ପ୍ରସାଦ ସେଠି, ଇଂ ଅଜୟ କୁମାର ଗୁମାନସିଂହ, ସୁବାସ ଚନ୍ଦ୍ର ଭୋଳ, ଅଜୟ ପାଟ୍ଟଶାଣୀ ହରେକୃଷ୍ଣ ମାଲୁ, ଚିତ୍ତ ରଞ୍ଜନ ପଟ୍ଟନାୟକ, ବାବୁଲା ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ, ଭାରତ ଭୂଷଣ ବିଶୋଇ, ବସନ୍ତ ଛାଟୋଇ, ଆଡ଼ଭୋକେଟ ରମେଶ ଚନ୍ଦ୍ର ବିଶୋଇ, ଉମାକାନ୍ତ ପ୍ରଧାନ, ହେମନ୍ତ ପ୍ରଧାନ, ବିଚିତ୍ର ଛାଟୋଇ, ଦୀପକ ଜଗଦେବ, ଅକ୍ଷୟ ପାଇକରାୟ, ହୁଲାସ ନାୟକ, ପଙ୍କଜ ପ୍ରଧାନ, ଏବଂ ପୁରୀ, ଖୋର୍ଦ୍ଧା, ନୟାଗଡର ସମସ୍ତ ଗଡ଼ର ଦଳବେହେରାମାନେ ଉପସ୍ଥିତ ଥିଲେ।


