Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ
ଆଜିର ଖବର

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
“ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬”
ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଆୟୋଜିତ ହୋଇଯାଇଛି। “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି, ପ୍ରମୁଖ ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ସମ୍ମିଳନୀକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଏବଂ ଜନସୁରକ୍ଷା ସହ ଏହା ନିବିଡ଼ ଭାବେ ସମ୍ପୃକ୍ତ। ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଉପକୂଳ ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ସେ ମତପ୍ରକାଶ କରିଥିଲେ।

ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ, ଉପକୂଳ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପୋଲିସ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ବର୍ତ୍ତମାନ ଉପକୂଳ ଅଞ୍ଚଳରେ ଥିବା ୧୮ଟି ମେରାଇନ ପୋଲିସ ଥାନାରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଏହାସହ ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ ସୁଦୃଢ଼ କରାଯାଇଛି। ଭୁବନେଶ୍ୱରରେ ଅବସ୍ଥାପିତ ଥିବା କମାଣ୍ଡ, କଣ୍ଟ୍ରୋଲ ଓ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଏବଂ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ସେହିପରି ‘ନାଭାମିତ୍ର’ (NABHAMITRA) ଆପ୍‌ ମାଧ୍ୟମରେ ମାଛଧରା ଡଙ୍ଗାଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଉଛି ଏବଂ ଅବସରପ୍ରାପ୍ତ ନୌସେନା ଓ ତଟରକ୍ଷୀ ବାହିନୀର ଅଧିକାରୀମାନଙ୍କ ସେବାକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି।

ସେ ଆହୁରି ସୂଚନା ଦେଇଥିଲେ ଯେ, ଆଗାମୀ ଦିନରେ ଉପକୂଳ ସୁରକ୍ଷାକୁ ଅଧିକ ଆଧୁନିକ ଓ ପ୍ରଭାବଶାଳୀ କରିବା ନିମନ୍ତେ ୧୦ଟି ନୂତନ ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ଅତିରିକ୍ତ ଟ୍ରଲର, ମିନି କଣ୍ଟ୍ରୋଲ ସେଣ୍ଟର, ମାଛଧରା ବନ୍ଦର ଏବଂ ଫିଶ୍ ଲ୍ୟାଣ୍ଡିଂ ସେଣ୍ଟରଗୁଡ଼ିକରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା, ମଡ୍ୟୁଲାର ଜେଟି ଏବଂ ଆଧୁନିକ ଆଣ୍ଟି-ଡ୍ରୋନ୍ ପ୍ରଣାଳୀ ସ୍ଥାପନ କରାଯିବ।

ସେ କହିଥିଲେ ଯେ, ଉପକୂଳ ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ, ଆଧୁନିକ ପ୍ରଯୁକ୍ତିର ଦକ୍ଷ ବ୍ୟବହାର ଏବଂ ମତ୍ସ୍ୟଜୀବୀ ସମୁଦାୟଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିରିକ୍ତ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସମ୍ମିଳନୀର ଉଦ୍ଦେଶ୍ୟ, ସମୁଦ୍ର ଏବଂ ତଟବର୍ତ୍ତୀ ଅଞ୍ଚଳର ସୁରକ୍ଷା ସମ୍ବେଦନଶୀଳ ସ୍ଥାନଗୁଡ଼ିକର ଚିହ୍ନଟ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଏବଂ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ।

ପୂର୍ବାହ୍ନ ଅଧିବେଶନରେ ଗୃହ ମନ୍ତ୍ରଣାଳୟ, ନୂଆଦିଲ୍ଲୀର କୋଷ୍ଟାଲ୍ ସିକ୍ୟୁରିଟି ଏବଂ ବର୍ଡର ମ୍ୟାନେଜମେଣ୍ଟ ବିଭାଗର କମାଣ୍ଡାଣ୍ଟ ଉଦୟ କୁମାର ଚୌଧୁରୀ ଭାରତର ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି ଓ ନୀତିଗତ ଦିଗ ଉପରେ ଆଲୋଚନା କରିଥିଲେ।

ସେହିପରି ଇଣ୍ଟେଲିଜେନ୍ସ ବ୍ୟୁରୋ, ନୂଆଦିଲ୍ଲୀର ଯୁଗ୍ମ ଉପ-ନିର୍ଦ୍ଦେଶକ ମନୀଷ କୁମାର ବର୍ମା ଉପକୂଳ ସୁରକ୍ଷା କ୍ଷେତ୍ରର ପ୍ରମୁଖ ଚ୍ୟାଲେଞ୍ଜ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ମତବ୍ୟକ୍ତ କରିଥିଲେ।

ଅପରାହ୍ନ ଅଧିବେଶନରେ ଭାରତୀୟ ତଟରକ୍ଷୀ ବାହିନୀର ପୂର୍ବ-ଉତ୍ତର ଆଞ୍ଚଳିକ ମୁଖ୍ୟାଳୟ, କୋଲକାତାର ଡିଆଇଜି ଏବଂ ଚିଫ୍ ଷ୍ଟାଫ୍ ଅଫିସର ପଙ୍କଜ ବର୍ମା ଆଧୁନିକ ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ ନିରୀକ୍ଷଣ ପ୍ରଣାଳୀ ମାଧ୍ୟମରେ ଉପକୂଳ ସୁରକ୍ଷାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରିଥିଲେ।

ସିଆଇଏସଏଫ୍‌, କୋଚିର ଉପ-କମାଣ୍ଡାଣ୍ଟ ସିଦ୍ଧାର୍ଥ ପଲ ବନ୍ଦର ଏବଂ ଏସ୍‌ପିଏମ୍ ସୁରକ୍ଷା ସମ୍ବନ୍ଧୀୟ ବିପଦ ଓ ପରିଚାଳନାଗତ ଚ୍ୟାଲେଞ୍ଜ ଉପରେ ଆଲୋକପାତ କରିଥିଲେ। କେରଳ ପୋଲିସର ଇନ୍ସପେକ୍ଟର ଭିବିନ ମତ୍ସ୍ୟଜୀବୀ ସମୁଦାୟଙ୍କୁ ଉପକୂଳ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରିବା ସମ୍ବନ୍ଧୀୟ କେରଳ ରାଜ୍ୟର ଅନୁଭୂତି ଏବଂ ସଫଳ ଅଭ୍ୟାସଗୁଡ଼ିକ ଉପସ୍ଥାପନ କରିଥିଲେ।

ସମ୍ମିଳନୀରେ ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ, ଅନୁଭୂତି ଓ ସୁପାରିଶଗୁଡ଼ିକ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦକ୍ଷ, ସମନ୍ୱିତ ଓ ପ୍ରଭାବଶାଳୀ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା।

ଉପକୂଳ ସୁରକ୍ଷା ଶାଖା ଓଡିଶା ପୋଲିସ ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

June 4, 2026

ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସର ଚଢାଉ

June 4, 2026

ଭାରତରେ ପ୍ରଥମ ଫ୍ଲେକ୍ସ-ଫୁଏଲ ବାଇକ୍ ର ଶୁଭାରମ୍ଭ: ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

June 4, 2026
Latest News

ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

June 4, 2026

ଅପେକ୍ଷାର ଅନ୍ତ!: କେରଳମରେ ପହଞ୍ଚିଲା ମୌସୁମୀ

June 4, 2026

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

June 4, 2026

ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସର ଚଢାଉ

June 4, 2026

ଭାରତରେ ପ୍ରଥମ ଫ୍ଲେକ୍ସ-ଫୁଏଲ ବାଇକ୍ ର ଶୁଭାରମ୍ଭ: ଜାଣନ୍ତୁ ଏହାର ବୈଶିଷ୍ଟ୍ୟ

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.