Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଖ୍ୟାତ ସାହିତ୍ୟିକ ଜେ ପି ଦାସଙ୍କ ୯୧ ବର୍ଷ ବୟସରେ ପରଲୋକ, ବିଶିଷ୍ଠ ଲୋକଙ୍କର ଶୋକ
ଆଜିର ଖବର

ପ୍ରଖ୍ୟାତ ସାହିତ୍ୟିକ ଜେ ପି ଦାସଙ୍କ ୯୧ ବର୍ଷ ବୟସରେ ପରଲୋକ, ବିଶିଷ୍ଠ ଲୋକଙ୍କର ଶୋକ

June 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ସାହିତ୍ୟିକ ଜେ ପି ଦାସ
ପ୍ରଖ୍ୟାତ ସାହିତ୍ୟିକ ଜେ ପି ଦାସଙ୍କ ୯୧ ବର୍ଷ ବୟସରେ ପରଲୋକ, ବିଶିଷ୍ଠ ଲୋକଙ୍କର ଶୋକ
ଭୁବନେଶ୍ବର: ମହାନ୍ ସାରସ୍ୱତ ସାଧକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ଜଗନ୍ନାଥ ପ୍ରସାଦ ଦାସ ୯୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।
ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ। ୧୯୭୩ ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଥିଲେ।
୧୯୫୧ରେ ସେ “ସ୍ତବକ” ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ। ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଏସ ଏଫ ଆଇ (ଛାତ୍ର ଫେଡେରେସନ ଅଫ ଇଣ୍ଡିଆ)ର ଏକ ପତ୍ରିକା ବା ଜର୍ଣ୍ଣାଲ “ଆଗାମୀ”ର ସମ୍ପାଦନା କରୁଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ନିଜର ଚିତ୍ରସମୂହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ ।
୧୯୭୯ରେ ମିଳିଥିବା “ହୋମି ଭାବା ବୃତ୍ତି”ଦ୍ୱାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ “ପୁରୀ ପେଣ୍ଟିଙ୍ଗସ” ନାମରେ ପ୍ରକାଶ ପାଇଥିଲା । ତାଙ୍କର ଗଳ୍ପ ଭବନାଥ ଓ ଅନ୍ୟମାନେ, ଦିନଚର୍ଯ୍ୟା, ଆମେ ଯେଉଁମାନେ, ସାକ୍ଷାତକାର, ପ୍ରିୟ ବିଦୂଷକ, ଶେଷ ପର୍ଯ୍ୟନ୍ତ, ଇଚ୍ଛାପତ୍ର, ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ ସହିତ ତାଙ୍କର ସର୍ବାଧିକ ଜନପ୍ରିୟ ଉପନ୍ୟାସ ଦେଶ କାଳ ପାତ୍ର ଓ ସୁଭଦ୍ରା ଆଖି ଏବଂ ନାଟକ ମଧ୍ୟରେ ସୂର୍ଯ୍ୟାସ୍ତ ପୂର୍ବରୁ,ସବା ଶେଷ ଛୋଲାକ, ଅସଂଗତ ନାଟକ, ପୂର୍ବରାଗ, ସୁନ୍ଦର ଦାସ ସହିତ ଅନେକ କାବ୍ୟ କବିତା ଓଡ଼ିଆ ବାଣୀ ଭଣ୍ଡାରର ଗୋଟିଏ ଗୋଟିଏ ଅମୂଲ୍ୟ ସଂପତ୍ତି।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ସାହିତ୍ୟିକମାନେ ଶୋକ ପ୍ରକାଶ କରିଛନ୍ତି।
J P Das ଜଗନ୍ନାଥ ପ୍ରସାଦ ଦାସ ପ୍ରଖ୍ୟାତ ସାହିତ୍ୟିକ ଜେ ପି ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍କେଟ କମ୍ପ୍ଲେକ୍ସ ଭିତରେ ପସିଲା ଟ୍ରକ

June 4, 2026

ଆନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇନାହାନ୍ତି : ନୈନାର ନାଗେନ୍ଦ୍ରନ

June 4, 2026

ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ

June 4, 2026

ଆଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଅବସର ନେଲେ ଏହି ଭାରତୀୟ ଖେଳାଳି

June 4, 2026
Latest News

ପ୍ରଖ୍ୟାତ ସାହିତ୍ୟିକ ଜେ ପି ଦାସଙ୍କ ୯୧ ବର୍ଷ ବୟସରେ ପରଲୋକ, ବିଶିଷ୍ଠ ଲୋକଙ୍କର ଶୋକ

June 4, 2026

ମାର୍କେଟ କମ୍ପ୍ଲେକ୍ସ ଭିତରେ ପସିଲା ଟ୍ରକ

June 4, 2026

ଆନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇନାହାନ୍ତି : ନୈନାର ନାଗେନ୍ଦ୍ରନ

June 4, 2026

ରାଜ୍ୟର ଅପଭ୍ରଂଶ ଇଂରାଜୀ ବନାନ ବଦଳିବ

June 4, 2026

ଆଫଗାନିସ୍ତାନ ଟେଷ୍ଟ ପୂର୍ବରୁ ଅବସର ନେଲେ ଏହି ଭାରତୀୟ ଖେଳାଳି

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.