Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ
ରାଜ୍ୟ ଖବର

ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

September 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏମ୍‌ଏମ୍‌ଡିଆର ସଂଶୋଧନ ଆଇନ: ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ (ଏମ୍‌ଏମ୍‌ଡିଆର) ସଂଶୋଧନ ଆଇନକୁ ନେଇ ଓଡ଼ିଶା ରାଜନୀତି ସରଗରମ। ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ବିଜୁ ଜନତା ଦଳ ସଦାସର୍ବଦା ଓଡ଼ିଶାର ସ୍ୱାର୍ଥ, ରାଜ୍ୟର ଅଧିକାର ଏବଂ ଯୁବ ସମାଜର ଭବିଷ୍ୟତ ସହ ରହିଛି ବୋଲି ସେ ଏହି ଚିଠିରେ ଦୋହରାଇଛନ୍ତି।

ସଂସଦରେ ଗୃହିତ ହୋଇଥିବା ଏହି ସଂଶୋଧିତ ଆଇନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ପାଇଁ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାରିତ କରାଯାଉ। ଏଥିପାଇଁ ସବୁ ରାଜନୈତିକ ଦଳ ଏକାଠି ହୋଇ କାର୍ଯ୍ୟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

ନବୀନ ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଓଡ଼ିଶା ପାଇଁ ଏକ ବିରାଟ ସମ୍ଭାବନା ସୃଷ୍ଟି ହୋଇଥିଲା। କୋଟି କୋଟି ଟଙ୍କାର ବକେୟା ଆଦାୟ ସହ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା, ଯାହା ରାଜ୍ୟର ବିକାଶ ଓ ଯୁବବର୍ଗଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରିଥାନ୍ତା। କେନ୍ଦ୍ର ସରକାରଙ୍କ ଦ୍ୱାରା ଏମ୍‌ଏମ୍‌ଡିଆର ଆକ୍ଟରେ ସଂଶୋଧନ ଫଳରେ ଓଡ଼ିଶା ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି ଏବଂ ରାଜ୍ୟର ସାମ୍ବିଧାନିକ ଅଧିକାର ହାନି ହୋଇଛି। ଏଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ବିଧାନସଭାରେ ଏହି ସଂଶୋଧନ ବିରୋଧରେ ପ୍ରସ୍ତାବ ଆଣି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି ଜୋରଦାର କରିବାକୁ ନବୀନ ଗୁରୁତ୍ୱାରୋପ କରିଛନ୍ତି।

ଏମ୍‌ଏମ୍‌ଡିଆର ମୁଖ୍ୟମନ୍ତ୍ରୀ ସଂଶୋଧନ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା

November 21, 2026

ରାସ୍ତା ଦେବାକୁ କହି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ, ଗିରଫ ହେଲେ ଦୁଇ ନିର୍ଦ୍ଦେଶକ

November 20, 2026

ମଙ୍ଗଳସୂତ୍ର ବନ୍ଧା ପକାଇ କିଣିଲେ ବନ୍ଧୁକ, ପୁରୁଷ ବନ୍ଧୁ ହାତରେ ସ୍ୱାମୀକୁ ଗୁଳି

November 20, 2026

୩ ଦିନ ପରେ ବାଲିଯାତ୍ରା: ଲଗାଣ ବର୍ଷାରେ ପଡ଼ିଆରେ ପାଣି ଓ କାଦୁଅ

November 20, 2026
Latest News

ଦେଶର ପ୍ରଥମ ସ୍ୱଦେଶୀ ଏଚ୍୫ଏନ୍୧ ବାର୍ଡ ଫ୍ଲୁ ଟିକା ରାଷ୍ଟ୍ରକୁ ସମର୍ପିତ

November 21, 2026

ଦ୍ରୁତ ପ୍ରଗତି ହାସଲ କରୁଥିବା ରାଜ୍ୟ ପୁରସ୍କାର ପାଇଲା ଓଡ଼ିଶା

November 21, 2026

ପାୱେଲ ପାୱଲିକୋୱସ୍କିଙ୍କ ‘ଫାଦରଲ୍ୟାଣ୍ଡ’ର ଭାରତୀୟ ପ୍ରିମିୟର୍ ସହ ୫୭ତମ ଇଫିର ଶୁଭାରମ୍ଭ

November 21, 2026

୩୦୬ ରନ୍ ରେ ଜିତିଲା ଟିମ୍ ଇଣ୍ଡିଆ: ମାତ୍ର ୨୬ ରନ୍ ରେ ଅଲଆଉଟ୍ ହେଲା ନେପାଳ

November 21, 2026

ଏହି ରାଶିର ବ୍ୟକ୍ତିଙ୍କୁ ଶନିବାର ଦିନ ଧନପ୍ରାପ୍ତି ହେବାର ରହିଛି ସୁଯୋଗ: ପଢନ୍ତୁ ଦୈନିକ ରାଶିଫଳ

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.