ରାୟଗଡ଼ା: ରାୟଗଡ଼ାର କସ୍ତୁରୀ ନଗର ଅଞ୍ଚଳରେ ଟାଇଲ କଟିଂ ମେସିନକୁ ନେଇ ବଚସା ପରେ ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି । ଛୁରାମାଡରେ ଗୁରୁତର ହୋଇଥିବା ଯୁବକ ହେଉଛନ୍ତି ବିହାରର ଏମ୍.ଡି. ସରଫରାଜ । ତାଙ୍କୁ ତାଙ୍କ ପଡ଼ୋଶୀ ଏମ୍.ଡି. ସୟଦ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ସରଫରାଜଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ରାୟଗଡ଼ା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଭୟ ଯୁବକ ରାୟଗଡ଼ାରେ ଟାଇଲ କାମ କରୁଥିଲେ।
ସୂଚନାଯୋଗ୍ୟ, ଗତକାଲି ବାଲିଅନ୍ତା ଅଞ୍ଚଳରେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରା ମାଡ ହୋଇଥିଲା


